ଭଲ ନିଦ ଚାହୁଁଛନ୍ତି ତ , କରନ୍ତୁ ଏହି ସରଳ ଆସନ

Advertisment
ଭଲ ନିଦ ଚାହୁଁଛନ୍ତି ତ , କରନ୍ତୁ ଏହି ସରଳ ଆସନ

ଜଣେ ସୁସ୍ଥ ବ୍ୟକ୍ତି ଲାଗି ପ୍ରତ୍ୟେକ ଦିନ ୬ରୁ ୮ ଘଣ୍ଟାର ସୁଖଦ ନିଦ୍ରା ନିହାତି ଆବଶ୍ୟକ । ହେଲେ ଏହି ସମାଜରେ ଲକ୍ଷ ଲକ୍ଷ ଲୋକ ଏପରି ବି ରହିଛନ୍ତି,ଯେଉଁମାନଙ୍କୁ କି ଅନେକ ପ୍ରଚେଷ୍ଟା ପରେ ବି ସୁଖଦ ନିଦ୍ରା ଆସିନଥାଏ।ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଠିକ୍‌ ଭାବରେ ଶୋଇପାରନ୍ତି ନାହିଁ । ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆପଣଙ୍କୁ ଏପରି କିଛି ସରଳ ଉପାୟକୁ ଅବଲମ୍ବନ କରିବାକୁ ହେବ,ଯାହାର କି ମନ ଏବଂ ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିନଥାଏ। ଯଦି ଆପଣ ମକରାସନ କରିବେ ତେବେ ଭଲ ନିଦ ଆସିବ। ଏବେ ଜାଣନ୍ତୁ କିପରି ଏହି ଆସନ କରିବେ ।

publive-image

ଆପଣ ଏହି ଆସନ କରିବା ପାଇଁ ବିଛଣା ଉପରେ ପେଟକୁ ମାଡ଼ି କରି ଶୋଇ ପଡ଼ନ୍ତୁ।ଏଥିସହିତ ଗୋଡ଼ର ପାଦଦ୍ୱୟକୁ ନିଜ ନିଜ ମଧ୍ୟରେ ମିଶାଇକି ରଖି ଦିଅନ୍ତୁ ଏବଂ ଆଣ୍ଠୁ ମଝିରେ ଫାଙ୍କା ସ୍ଥାନ ରଖନ୍ତୁ।ଏବେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ,ପୁଣି ଧିରେ-ଧିରେ ଏହାକୁ ବାହାରକୁ ମଧ୍ୟ ଛାଡ଼ନ୍ତୁ।ଏହି ମୁୂଦ୍ରାରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରୁହନ୍ତୁ।ତେବେ ଏହି ଆସନ ଦ୍ୱାରା ବ୍ୟକ୍ତି ଭାରିପଣ ଏବଂ ଉତ୍ତେଜନା ଠାରୁ ମୁକ୍ତି ପାଇଥାଏ। ଏହା ବ୍ୟକ୍ତିକୁ ନିଦ୍ରା ଯୋଗାଇବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe