ଭଲ ନିଦ ଚାହୁଁଛନ୍ତି ତ, କରନ୍ତୁ ନାହିଁ ଏସବୁ

ଭଲ ନିଦ ଚାହୁଁଛନ୍ତି ତ, କରନ୍ତୁ ନାହିଁ ଏସବୁ

photo-youtube

ଭଲ ନିଦ ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥା’ନ୍ତି।ଯେଉଁମାନଙ୍କର ଭଲ ନିଦ ହେଉ ନାହିଁ,ସେମାନେ ନିମ୍ନ କଥା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।
ଯେଉଁମାନଙ୍କୁ ସୁନିଦ୍ରା ଆସେ ନାହିଁ,ସେମାନେ ବଡ଼ ତକିଆ ବା ମୋଟା ତକିଆରେ ମୁଣ୍ଡ ଦେଇ ନ ଶୋଇବା ଭଲ, କାରଣ ଏପରି କରିଲେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇନଥାଏ ଓ ମୁଣ୍ଡବିନ୍ଧାର ଶିକାର ମଧ୍ୟ ହୋଇପାରନ୍ତି।
ସାଧାରଣତଃ ଶେଯକୁ ଆସିବାପରେ ଆମେ ମୋବାଇଲ୍‌କୁ ହାତରେ ଧରି କିଛି ନା କିଛି ଦେଖିଥାଉ।ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ।ଏଣୁ ଶୋଇବା ପୂର୍ବରୁ ମୋବାଇଲ୍‌ ଫୋନ୍‌କୁ ସାଇଲେଣ୍ଟ୍‌ ମୋଡ଼ରେ ରଖନ୍ତୁ।

publive-image photo-amarujala

ଯଦି ଭଲ ନିଦ ଚାହୁଁଛନ୍ତି, ତେବେ ମୁହଁ ଘୋଡ଼ାଇ ଶୁଅନ୍ତୁ ନାହିଁ। ଏପରି କରିଲେ ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ। ଏହା ଛଡ଼ା ଏହା ଫଳରେ ନିଦ ଭାଙ୍ଗିଯାଏ।
ଯଦି ନିଦ ଆସୁ ନଥିବ,ତେବେ ଶେଯରେ ପଡ଼ି ରହି ଅନ୍ୟ କିଛି ନ କରି ଗୋଟିଏ ମନପସନ୍ଦ ବହି ପଢ଼ନ୍ତୁ।ଏପରି କରିଲେ ଆପେ ଆପେ କିଛି ସମୟପରେ ନିଦ ଆସିବ। ନତୁବା ଗୀତ ଶୁଣିଲେ ବି ନିଦ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe