ଏସବୁ ଅନୁଭବ କରୁଛନ୍ତି ତ , ଜାଣନ୍ତୁ ଏହା ହୋଇପାରେ କ୍ଳାନ୍ତିର ଲକ୍ଷଣ

ଏସବୁ ଅନୁଭବ କରୁଛନ୍ତି ତ , ଜାଣନ୍ତୁ ଏହା ହୋଇପାରେ କ୍ଳାନ୍ତିର ଲକ୍ଷଣ

ସାଧାରଣତଃ ଶାରୀରିକ ପରିଶ୍ରମ ପରେ ଥକାପଣ ବା କ୍ଳାନ୍ତି ଅନୁଭବ କରିବା ଏକ ସାମାନ୍ୟ କଥା ।ତେବେ ବ୍ୟକ୍ତିକୁ ଏହି ଥକାପଣ ବା କ୍ଳାନ୍ତିଜନିତ ସମସ୍ୟା ଯଦି ବେଶି ସମୟ ପର୍ଯ୍ୟନ୍ତ ଲାଗି ରୁହେ ତ ତେବେ ଏହା କୌଣସି ଗମ୍ଭୀର ସମସ୍ୟାର ସଂକେତ ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ବ୍ୟକ୍ତିକୁ ପ୍ରଥମେ ଏହାର କାରଣ ଏବଂ ଲକ୍ଷଣ ବିଷୟରେ ଜାଣି ଏହାର ଉପଚାର କରିବାକୁ ହେବ। ବୈଜ୍ଞାନିକଙ୍କ ମତ ଅନୁସାରେ,ପ୍ରତ୍ୟେକ ୫ଜଣ ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିକୁ ସବୁ ସମୟରେ ହାଲ୍‌କା କ୍ଳାନ୍ତି ଅନୁଭବ ହେଉଥିବାବେଳେ, ୧୦ ଜଣଙ୍କ ମଧ୍ୟରୁ କେବଳ ଜଣକୁ ହିଁ ଲମ୍ବା ସମୟ ଧରି କ୍ଳାନ୍ତି ଜନିତ ସମସ୍ୟା ଦେଖାଦିଏ। ଏଥିସହିତ ପୁରୁଷଙ୍କ ତୁଳନାରେ ମହିଳାମାନେ ଏହି ସମସ୍ୟାରେ ଅଧିକ ପଡନ୍ତି ବୋଲି ବୈଜ୍ଞାନିକମାନେ ସେମାନଙ୍କର ମତରେ କହିଛନ୍ତି।ଏଥିସହିତ କ୍ଳାନ୍ତି ଜନିତ ସମସ୍ୟା ସାଧାରଣତଃ ଶାରୀରିକ ଏବଂ ମନୋବୈଜ୍ଞାନିକ କାରଣ ଯୋଗୁଁ ବି ହୋଇଥାଏ।
ଆସନ୍ତୁ ଏହାର ଲକ୍ଷଣ ବିଷୟରେ ଜାଣିବା...
୧-ଶରୀର ମଧ୍ୟରେ ଶକ୍ତି ନ ଥିବାର ଅନୁଭବ ହେବ।
୨-ଶରୀରରେ ଆଳସ୍ୟ ଅନୁଭବ ହେବାସହିତ ଉତ୍ସାହିତ ନ ହେବାମଧ୍ୟ ଏହାର ଲକ୍ଷଣ ଅଟେ।
୩-ନିଦ୍ରାଜନିତ ସମସ୍ୟା ଦେଖାଯିବା ବି ଏହାର ଅନ୍ୟ ଏକ ଲକ୍ଷଣ ଅଟେ।
୪-ଧ୍ୟାନକେନ୍ଦ୍ରିତ କରିବା କ୍ଷମତାରେ ସମସ୍ୟା ଉପୁଜିବା ମଧ୍ୟ ଏହାର ଅନ୍ୟ ଏକ ଲକ୍ଷଣ ଅଟେ।

publive-image
୫-କୌଣସ ଏକ ନିର୍ଣ୍ଣୟ ନେବାରେ କଠିନ ଅନୁଭବ କରିବା ବି କ୍ଳାନ୍ତିର ଅନ୍ୟ ଏକ ଲକ୍ଷଣ ଅଟେ।
୬-କାମ କରିବାରେ ମନ ନ ଲାଗିବା ଓ ଅବସାଦ ଦେଖାଦେବା ହେଉଛି କ୍ଳାନ୍ତିର ପରିସରଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe