ଜେଜେମାଆ କହନ୍ତି ଗୁଆଘିଅ ଦେହ ପାଇଁ ହିତକର; ବିଜ୍ଞାନ କହେ ଜେଜେମାଆ ଠିକ୍‌

Advertisment
କୌଣସି ସଂସ୍ଥାର ନାହିଁ ‘ପୂଜା ଘିଅ’ ଲାଇସେନ୍ସ

ପିଲାଦିନେ ଜେଜେମାଆ ହାତ ତିଆରି ଗୁଆଘିଅ ଆପଣ ଖାଇଥିବେ ନିଶ୍ଚୟ। ଗୁଆଘିଅର ସୁଆଦ ଯେତେ ଭଲ ଶରୀର ପାଇଁ ତାହା ଆହୁରି ଭଲ। ନିଜ ନାତିନାତୁଣୀମାନଙ୍କୁ ଶକ୍ତ, ସୁସ୍ଥ ଓ ଚିକ୍କଣ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜେଜେମାଆ ଗୁଆଘିଅକୁ ଔଷଧ ପରି ଖୁଆଇ ଥାଆନ୍ତି। ଔଷଧ ପରି ନୁହେଁ ଆଜ୍ଞା, ଖାଲି ଜେଜେମାଆ କାହିଁକି ବିଜ୍ଞାନ ବି ୟାକୁ ସୁସ୍ଥକର ଖାଦ୍ୟ ବୋଲି ସବୁଜ ସଂକେତ ଦେଇଛି।

ଏମିତିରେ ତ କହିବାକୁ ଗଲେ ଦୁଗ୍ଧଜାତୀୟ ସମସ୍ତ ଖାଦ୍ୟ ଶରୀର ପାଇଁ ଭଲ ମାତ୍ର ଖତରରୁ ତିଆରି ହେଉଥିବା ଏହି ଘିଅ ଥଣ୍ଡା, କାଶ, କଫ ଆଦି ଅନେକ ରୋଗର ନାଶକାରୀ।

ମାତ୍ର ମନେ ରଖନ୍ତୁ ଅତ୍ୟଧିକ ଘିଅ ଖାଇବା ଦ୍ୱାରା ଚର୍ବି ବଢ଼ବା ପରି ପାର୍ଶ୍ୱ ପ୍ରଭାବଟି ଆପଣଙ୍କ ଶରୀରରେ ଦିଶିପାରେ।

publive-image

ଏହାର ସବୁଠାରୁ ଭଲ ଗୁଣ ହେଲା ମୁହଁକୁ ଚିକ୍କଣ ରଖେ। ରୀତିମତ ଗୁଆଘିଅ ଖାଉଥିବା ବ୍ୟକ୍ତିଙ୍କ ମୁହଁର ଔଜ୍ଜଲ୍ୟତା ବୃଦ୍ଧି ପାଏ ଧୀରେ ଧୀରେ।

କେବଳ ଖାଇବା ଆକାରରେ କାହିଁକି ଆପଣ ଏହାକୁ ଶରୀର ମାଲିସ୍‌ କରିବାରେ ବି ବ୍ୟବହାର କରିପାରନ୍ତି। ବିଶେଷକରି ଛୋଟ ପିଲାଙ୍କୁ ଗୁଆଘିଅରେ ମାଲିସ୍‌ କଲେ ସେମାନଙ୍କ ହାଡ଼ ଶକ୍ତ ହୋଇଥାଏ।

ଆପଣ ତରକାରୀ କରିବା ପାଇ ତୈଳ ବଦଳରେ ଘିଅ ବ୍ୟବହାର କରିପାରନ୍ତି। ଏହା ଶରୀର ପାଇଁ ତୈଳ ଅପେକ୍ଷା ଭଲ ହୋଇଥାଏ।

(ବିଶେଷ ସୂଚନା: ନିଜ ଡାଏଟ୍‌ରେ ଘିଅ ସାମିଲ୍‌ କରିବା ପୂର୍ବରୁ ଥରୁଟିଏ ଡାକ୍ତରଙ୍କ ପରାମର୍ଶ ନିିଶ୍ଚୟ ନିଅନ୍ତୁ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe