ମନ୍ଦାର ଫୁଲର ଉପକାରିତା ବିଷୟରେ ଜାଣନ୍ତୁ

Advertisment
ମନ୍ଦାର ଫୁଲର ଉପକାରିତା  ବିଷୟରେ ଜାଣନ୍ତୁ

1mg.com

ଆମ ଆଖପାଖରେ ଏପରି ଅନେକ ଫୁଲ ରହିଛି ଯେଉଁଥିରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ଯାହା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣି ଥାଆନ୍ତି। ଏଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ ।

ମନ୍ଦାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଳିଥାଏ । ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ,ଲୈାହ,ଖଣିଜ ଗୁଣ ସମସ୍ତ ରେଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ।

ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ। ଆର୍ୟୁବେଦିକ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ବଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ବାରା ଚର୍ମ କୁଞ୍ଚନ ହୋଇ ନଥାଏ। ଶରୀରର ଘା କୁ ଭଲ କରିବା ପାଇଁ ଏହା ଲାଭଦାୟକ ହୋଇଥାଏ।

Hibiscus (Gudhal) Flower's Health Benefits In Hindi - गुडहल के फूल के इन 13 फायदों को आप नहीं जानते होंगे | Patrika News Patrika

ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟଗୁଣ ପ୍ରଚୁର ପରିମାଣରେ ରହିଥାଏ। ଏହା ଚୁଟି ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।

ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ କେଶରେ ଲଗାଇବାଦ୍ବାରା କେଶ ଘନ ଓ କୋମଳ ରହିଥାଏ।

ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ବାରା ପାଟିରେ ହୋଇଥିବା ଘା ମଧ୍ୟ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe