ଅମୃତ ବାଣୀ : ଖାଦ୍ୟକୁ ଔଷଧ ଭଳି ଖାଅ। ନଚେତ୍‌, ଔଷଧକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ

Advertisment
ଅମୃତ ବାଣୀ : ଖାଦ୍ୟକୁ ଔଷଧ ଭଳି ଖାଅ। ନଚେତ୍‌, ଔଷଧକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ

FindHomeRemedy.com

ନିଜର ସନ୍ତାନଙ୍କୁ ଧନୀ ହେବା ପାଇଁ ଶିକ୍ଷିତ କରାଅ ନାହିଁ। ସେମାନଙ୍କୁ ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷା ଦିଅ। ଫଳରେ, ସେମାନେ ବଡ଼ହେଲେ ପଦାର୍ଥର ମୂଲ୍ୟ ବୁଝିବେ, ଦର ନୁହେଁ। ନିଜର ଖାଦ୍ୟକୁ ଔଷଧ ଭଳି ଖାଅ। ନଚେତ୍‌, ଔଷଧକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ। ଯିଏ, ତୁମକୁ ଶ୍ରଦ୍ଧା କରେ, ସେ କେବେ ହେଲେ ସଙ୍ଗ ଛାଡ଼ିବନାହିଁ। କାରଣ, ପରିତ୍ୟାଗର ଶହେ କାରଣ ତୁଳନାରେ ସଙ୍ଗ ଦେବାର ଗୋଟିଏ କାରଣ ବଡ଼ ଓ ଯଥାର୍ଥ। ମଣିଷ ଓ ମାନବିକତା ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ। କ୍ୱଚିତ୍‌ କେହି ଏହା ବୁଝନ୍ତି। ମଣିଷ ଜନ୍ମ ଓ ମୃତ୍ୟୁରେ ଆଦର ପାଏ। ଏହି ସମୟ ମଧ୍ୟରେ ଆଦର ପାଇବା ପାଇଁ ନିଜେ ନିଜକୁ ପ୍ରସ୍ତୁତ କର। ଯଦି ବେଗରେ ଯିବାକୁ ଚାହୁଁଛ, ଏକଲା ଚାଲ। ଆଉ ଯଦି ଦୂରକୁ ଯିବାକୁ ଚାହୁଁଛ, ଏକାଠି ଚାଲ।

ବିଶ୍ୱର ଛଅ ଶ୍ରେଷ୍ଠ ଚିକିତ୍ସକ: ସୂର୍ଯ୍ୟ କିରଣ, ବିଶ୍ରାମ, ବ୍ୟାୟାମ, ଖାଦ୍ୟ, ଆତ୍ମ-ବିଶ୍ୱାସ ଓ ବନ୍ଧୁ। ସାରା ଜୀବନ ସୁସ୍ଥ-ସମର୍ଥ ରହିବା ପାଇଁ ଏହା ହିଁ ଲୋଡ଼ା। ଚନ୍ଦ୍ରକୁ ଦେଖିଲେ ଭଗବାନ୍‌ଙ୍କ ସୌନ୍ଦର୍ଯ୍ୟ ଆଖିରେ ପଡ଼େ, ଏବଂ ସୂର୍ଯ୍ୟକୁ ଦେଖିଲେ, ତାଙ୍କର ଶକ୍ତି। ଦର୍ପଣକୁ ଦେଖିଲେ, ତାଙ୍କର ସୃଷ୍ଟି। ତେଣୁ, ନିଜ ଉପରେ ବିଶ୍ୱାସ ରଖ। ଆମେ ସମସ୍ତେ ପର୍ଯ୍ୟଟକ ଏବଂ ଭଗବାନ୍‌ ପଥ-ପ୍ରଦର୍ଶକ। ସେ ସବୁ କିଛି ଆଗରୁ ଯୋଜନା କରିରଖିଛନ୍ତି। କେବଳ ତାଙ୍କୁ ବିଶ୍ୱାସ କଲେ, ଜୀବନ ଯାତ୍ରାରେ ସଫଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe