ଆଜିକାଲି ପ୍ରବଳ ମାତ୍ରାରେ ପ୍ରଦୂଷଣ ହେତୁ କେଶ ଝଡ଼ିବା ପ୍ରାୟ ଏକ ରକମର ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟା ଏବେ ଉଭୟ ପୁରୁଷ ଓ ନାରୀଙ୍କ ଭିତରେ ଦେଖିବାକୁ ମିଳୁଛି। ଯଦି ଆପଣକୁ ରୀତିମତ ଭାବେ ବାହାରକୁ ଯାଉଛନ୍ତି ତ ତେବେ କେଶ ଝଡ଼ିବା ଥୟ ବୋଲି ଧରିନିଅନ୍ତୁ। ସୀମାରେ ଝଡ଼ିଲେ ଠିକ୍ ଅଛି। ମାତ୍ର ବେଳେ ବେଳେ ଏତେ ମାତ୍ରାରେ କେଶ ଝଡ଼ିଥାଏ ଯେ ତାହା ଯେକାହାର ବି ଚିନ୍ତାର କାରଣ ପାଲଟିପାରେ। ମାତ୍ର ଆପଣଙ୍କର ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଆପଣଙ୍କୁ ଏକ ଏପରି ତରିକା ବତାଇବୁ ଯାହା ଶସ୍ତା ବି ଓ ଫଳପ୍ରଦ ବି।
ଘରେ ପିଆଜ ତ ନିଶ୍ଚୟ ଥିବ। ସେଥିରୁ ନାଲି ପିଆଜରେ ବାଛନ୍ତୁ। ତାହାକୁ କଦୁକସରେ ଗୋରି ଦିଅନ୍ତୁ। ଘୋରା ଯାଇଥିବା ପିଆଜକୁ ଲକ ସଫା କପଡ଼ାରେ ପୂରାଇ ଚିପୁଡ଼ି ଦିଅନ୍ତୁ। ଯେଉଁ ରସ ବାହାରିବ ତାହାକୁ ଏକ ପାତ୍ରରେ ଥରି କିଛି ତୁଳା ବୁଡ଼ାଇ ନିଜ କେଶରେ ସିରା ସିରା କରି ଲଗାଇ ଦିଅନ୍ତୁ।
/sambad/media/post_attachments/wp-content/uploads/2018/08/essential-tips-to-prevent-hair-fall-during-monsoon-1-size-3-300x200.jpg)
ମନେ ରଖନ୍ତୁ ପିଆଜ ରସ ପୂରା କେଶରେ ଲାଗିଲେ ବି ଭଲ। ପିଆଜ ରସ ଲାଗିଲେ କେଶ କଳା ଓ ଚିକ୍କଣ ହୋଇଥାଏ। ମାତ୍ର ଆପଣ କେବଳ କେଶ ଝଡ଼ିବା ରୋକିବାକୁ ଚାହୁଁଥିଲେ ଏହାକୁ ପୂରା କେଶରେ ନଲଗାଇ କେବଳ ଖପୁରିରେ ସିରା ସିରା କରି ଲଗାଇ ପାରନ୍ତି।
ଗୋଟାଏ ସପ୍ତାହ ଭିତରେ ଆପଣ ପ୍ରଭାବ ଜାଣିପାରିବେ। ସପ୍ତାହକୁ ୨ ଥର ଲଗାଇଲେ ଭଲ। ଯଦି ସମ୍ଭବ ହେଉନାହିଁ ତେବେ ସପ୍ତହକୁ ଅନ୍ତତଃ ଥରୁଟିଏ ଲଗାନ୍ତୁ।
Follow Us