ଶୀତ ଦିନେ ଏପରି ନିଅନ୍ତୁ କେଶର ଯତ୍ନ; ଝଡ଼ିବା କମ୍‌ ହେବ, ରୁକ୍ଷପଣ ଦୂରେଇ ଯିବ

Advertisment
ଶୀତ ଦିନେ ଏପରି ନିଅନ୍ତୁ କେଶର ଯତ୍ନ; ଝଡ଼ିବା କମ୍‌ ହେବ, ରୁକ୍ଷପଣ ଦୂରେଇ ଯିବ

baldingbeards.com

ଶୀତ ଦିନେ କେଶ ଝଡ଼ିବା ଏକ ମୁଖ୍ୟ ଓ ପ୍ରଧାନ ସମସ୍ୟା। ଆଜିକାଲି ପରିବେଶ ପ୍ରଦୂଷଣ କାରଣରୁ ପ୍ରାୟ ସବୁ ଋତୁରେ କେଶ ଝଡୁଥିଲେ ବି ଶୀତ ଦିନେ ବିଶେଷ ମାତ୍ରାରେ ଝଡ଼ିଥାଏ। ଏହାକୁ ନେଇ ପୁଅରୁ ଝିଅ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିିତ ରହିବା ଏକ ସ୍ବାଭାବିକ କଥା, କାରଣ ଆଜିକାଲି ଚନ୍ଦା ହେବାଟା ଆଉ ବଡ଼ କଥା ହୋଇ ନାହିଁ।

ମାତ୍ର ଆମେ ନିଜ କେଶର ଠିକ୍‌ ଭାବେ ଯତ୍ନ ନେଇପାରିଲେ ଚନ୍ଦା ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା। ଶତ ପ୍ରତିଶତ କେଶ ଝଡ଼ିବା ରୋକି ନପାରିଲେ ବି କିିଛି ମାତ୍ରାରେ ଏହାକୁ ଆୟତ୍ତ କରିପାରିବା।

ଯେଉଁଦିନ କେଶ ସଫା କରିବାର ଅଛି ତା’ର କିଛି ସମୟ ପୂର୍ବରୁ ପାଚିଲା କଦଳୀରେ ମହୁ ମିଶ୍ରଣ କରି ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ। ଲଗାଇବା ପରେ କଦଳୀ କେଶରେ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କେଶ ଶୁଖିଯିବା ପରେ ମୁଣ୍ଡକୁ ସଫା କରିଦିଅନ୍ତୁ।

publive-image Femina.in

ଏହାବ୍ୟତୀତ ଆପଣ ମହୁରେ ଲେମ୍ବୁ ରସ ମିଶାଇ ମଧ୍ୟରେ କେଶରେ ଲଗାଇ ପାରିବେ। ଏହା ଦ୍ବାରା କେଶର ରୁକ୍ଷପଣ ଦୂର ହୋଇଥାଏ ଓ ଅପେକ୍ଷାକୃତ କେଶ ଝଡ଼ିବା କମ୍‌ ହୋଇଥାଏ।

ଆପଣ ଲଗାଇଉଥିବା ତେଲ ବୋତଲ୍‌ରେ କିଛି ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ। ମେଥି ନୂଆ ‌ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ। ଆପଣଙ୍କର ଝଡ଼ି ଯାଇଥିବା କେଶ ସ୍ଥାନରୁ ନୂଆ କେଶ ଉଠାଇବାରେ ମେଥି ବିଶେଷ ସହାୟକ ହେବ।

ଏହାବ୍ୟତୀତ ଆପଣ ନିଜ କେଶକୁ ଯେତେ ମଳିଧୂଳିଠାରୁ ଦୂରରେ ରଖିପାରିବେ। ସପ୍ତାହକୁ ଅତିକମ୍‌ର ୨ ଥର ‌ମୁଣ୍ଡ ଧୋଇବା ଅଭ୍ୟାସ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe