hair fall
ଖରା କିମ୍ବା ବର୍ଷା ଦିନ ଅପେକ୍ଷା ଶୀତ ଦିନେ ହିଁ ଅଧିକ ପରିମାଣରେ କେଶ ଝଡ଼ିଥାଏ। ଏହି ଦିନ ନିଜ କେଶର ଯତ୍ନ ନନେଲେ ଆପଣ କେଶ ଝଡ଼ିବାକୁ ରୋକିପାରିବେ ନାହିଁ। ଅନ୍ୟ ଦିନେ ନ ନିଅନ୍ତୁ ପଛେ। ଶୀତ ଦିନେ ନିଜ କେଶର ନିଶ୍ଚୟ ଯତ୍ନ ନିଅନ୍ତୁ।
ଆମେ ସାଧାରଣତ ଶୀତ ଦିନେ ଶରୀରକୁ ଢାଙ୍କି ଢୁଙ୍କି ରଖିଥାଉ। ଶୀତ ପୋଷାକ ପରିଧାନ କରୁ। ରାତିରେ ବି ଘୋଡ଼େଇ ହୋଇ ଶୋଇଥାଉ। ଏଥିପାଇଁ ଏହି ଦିନେ ଶରୀର ଅଧିକାଂଶ ସମୟ ଗରମ ହୋଇ ରୁହେ। ପେଟ ବି ଗରମ ହୋଇଯାଏ। ଶୀତ ଦିନେ ଆମେ ପାଣିଠାରୁ ଦୂରେଇ ରହିବା ସହ ଗରମ ଚିକିତ୍ସ କରୁଥିବା ହେତୁ ଶରୀରରୁ ଜଳୀୟ ଅଂଶ କମ୍ ହୋଇଯାଏ। ମନେ ରଖନ୍ତୁ, ଶରୀରରୁ ଜଳୀଅ ଅଂଶ କମିବା କେଶ ଛଡ଼ିବାର ଏକ ପ୍ରଧାନ କାରଣ।
ତେବେ, ଆପଣଙ୍କର ପ୍ରଥମ କାମ ହେଉଛି ଶରୀର ଓ ପେଟକୁ ଥଣ୍ଡା ରଖିବା। ପେଟ ଯଦି ଥଣ୍ଡା ରୁହେ ତେବେ କେଶ ଏତେ ସହଜରେ ଝଡ଼ିବ ନାହିଁ । ଚେଷ୍ଟା କରନ୍ତୁ ପ୍ରଚୁର ପାଣି ପିଇବା ପାଇଁ। ଥଣ୍ଡା ଭୟରେ ଦିନଟିଏ ବି ଅଗାଧୁଆ ରହନ୍ତୁ ନାହିଁ।
ଏହି ଦିନ ବେଶି ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସବୁବେଳେ ଚେଷ୍ଟା କରନ୍ତୁ ପେଟକୁ ଥଣ୍ଡା କଲା ପରି କାଦ୍ୟ ଖାଇବା ପାଇଁ।
Follow Us