କେଶ ଝଡ଼ିବା ଆଜିକାଲି ଏକ ମୁଖ୍ୟ ସମସ୍ୟା; ଏହି ସବୁ ଖାଦ୍ୟ ଖାଇ କେଶ ଝଡ଼ିବାକୁ ନିୟନ୍ତ୍ରଣ କରନ୍ତୁ

କେଶ ଝଡ଼ିବା ଆଜିକାଲି ଏକ ମୁଖ୍ୟ ସମସ୍ୟା; ଏହି ସବୁ ଖାଦ୍ୟ ଖାଇ କେଶ ଝଡ଼ିବାକୁ ନିୟନ୍ତ୍ରଣ କରନ୍ତୁ

www.google.com

ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ମୁଖ୍ୟତଃ ଅତ୍ୟାଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ, କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି ଚିନ୍ତା ହୋଇ ନଥାଏ କେଶ ଝଡ଼ିଥିଲେ କିନ୍ତୁ ଗଭୀର ମାତ୍ରାରେ ଦୁଃଖ ଲାଗିଥାଏ। କିପରି ଭାବେ ଏହି ସମସ୍ୟାକୁ ରୋକାଯାଇ ପାରିବ ସେ ବିଷୟରେ ଚିନ୍ତା କରି କରି ବେଳ ସରିଯାଏ। କେଶ ଝଡ଼ିବା ଦୁଃଖରେ ଆସି ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କେଶ ଝଡ଼ିବା ସମସ୍ୟା ଉପରୁ ନୁହେଁ; ବରଂ ଭିତରୁ ହୋଇଥାଏ। ପ୍ରୋଟିନ୍‌ର ଅଭାବରେ ହିଁ କେଶ ଝଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଥାଏ।

ଦିନକୁ ଅତି କମ୍‌ରେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ। କଦଳୀରେ ପ୍ରଚୁର ପରିମାଣର ଆଇରନ୍‌ ରହିଛି। ଆଇରନ୍‌ ଅଭାବରୁ ବି କେଶ ଝଡ଼ିଥାଏ।

ପାରୁଛନ୍ତି ଯଦି ସକାଳେ କିମ୍ବା ସଂଧ୍ୟାରେ ଗୋଟାଏ ସିଝା ଅଣ୍ଡା ଖାଆନ୍ତୁ। ସିଝା ଅଣ୍ଡାରେ ପ୍ରୋଟିନ୍‌ ରହିଛି। ଶରୀରରେ ପ୍ରୋଟିନ୍‌ ଭରପୂର ରହିଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ।

ମୌସମ୍ବି ଜୁସ୍‌ ପିଅନ୍ତୁ। ମୌସୁମ୍ବି ଜୁସ୍‌ ଉଭୟ କେଶ ଓ ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ଜୁସ୍‌ ପିଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହେବା ସହ ତ୍ୱଚା ବି ଭଲ ରହିଥାଏ।।

କାଜୁ ବାଦାମ ଖାଇବା ବି କେଶ ପାଇଁ ଭଲ ହୋଇଥାଏ। କାଜୁ ବ୍ୟତୀତ ଆଲମଣ୍ଡ୍‌, ବାଦାମ, କିସ୍‌ମିସ୍‌ ଆଦି ଦୈନିକ ଖାଇଲେ କେଶ ଝଡ଼ିବା କମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe