ମାତ୍ରାଧିକ କେଶ ଝଡୁଛି କି? ଦୈନିକ ଖାଆନ୍ତୁ ଏହି ସବୁ ଖାଦ୍ୟ

ମାତ୍ରାଧିକ କେଶ ଝଡୁଛି କି? ଦୈନିକ ଖାଆନ୍ତୁ ଏହି ସବୁ ଖାଦ୍ୟ

SkinKraft

ଆଜିକାଲି କେଶ ଝଡ଼ିବା ସମସ୍ୟା ପ୍ରାୟ ସମସ୍ତଙ୍କର। କେଶ ଝଡ଼ିବାର ଅନେକ କାରଣ ଥାଏ। ଅତ୍ୟଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ, କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି ଚିନ୍ତା ହୋଇନଥାଏ କେଶ ଝଡ଼ିଥିଲେ କିନ୍ତୁ ଗଭୀର ମାତ୍ରାରେ ଦୁଃଖ ଲାଗିଥାଏ। କିପରି ଭାବେ ଏହି ସମସ୍ୟାକୁ ରୋକାଯାଇ ପାରିବ ସେ ବିଷୟରେ ଚିନ୍ତା କରି କରି ବେଳ ସରିଯାଏ। କେଶ ଝଡ଼ିବା ଦୁଃଖରେ ଆସି ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କେଶ ଝଡ଼ିବା ସମସ୍ୟା ଉପରୁ ନୁହେଁ; ବରଂ ଭିତରୁ ହୋଇଥାଏ। ପ୍ରୋଟିନ୍‌ର ଅଭାବରେ ହିଁ କେଶ ଝଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଥାଏ।

ମାତ୍ର ଏପରି କିଛି ଖାଦ୍ୟ ଅଛି, ଯାହାକୁ ଦୈନିକ ଖାଇବା ଦ୍ବାରା କେଶ ଝଡ଼ିବା ସମସ୍ୟାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରେ। ଦିନକୁ ଅତି କମ୍‌ରେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ। କଦଳୀରେ ପ୍ରଚୁର ପରିମାଣର ଆଇରନ୍‌ ରହିଛି। ଆଇରନ୍‌ ଅଭାବରୁ ବି କେଶ ଝଡ଼ିଥାଏ। ପାରୁଛନ୍ତି ଯଦି ସକାଳେ କିମ୍ବା ସଂଧ୍ୟାରେ ଗୋଟାଏ ସିଝା ଅଣ୍ଡା ଖାଆନ୍ତୁ। ସିଝା ଅଣ୍ଡାରେ ପ୍ରୋଟିନ୍‌ ରହିଛି। ଶରୀରରେ ପ୍ରୋଟିନ୍‌ ଭରପୂର ରହିଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ। ମୌସମୀ ଜୁସ୍‌ ପିଅନ୍ତୁ। ମୌସମ୍ବୀ ଜୁସ୍‌ ଉଭୟ କେଶ ଓ ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ଜୁସ୍‌ ପିଇଲେ କେଶ ଝଡ଼ିବା ସମସ୍ୟା କମ୍‌ ହେବା ସହ ତ୍ୱଚା ବି ଭଲ ରହିଥାଏ। କାଜୁ ବାଦାମ ଖାଇବା ବି କେଶ ପାଇଁ ଭଲ ହୋଇଥାଏ। କାଜୁ ବ୍ୟତୀତ ଆଲମଣ୍ଡ୍‌, ବାଦାମ, କିସ୍‌ମିସ୍‌ ଆଦି ଦୈନିକ ଖାଇଲେ କେଶ ଝଡ଼ିବା କମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe