କେଶର ଏହି ସମସ୍ୟାକୁ ମିନିଟ୍‌ରେ ଦୂର କରେ ଗେଣ୍ଡୁ ଫୁଲ

Advertisment
କେଶର ଏହି ସମସ୍ୟାକୁ ମିନିଟ୍‌ରେ ଦୂର କରେ ଗେଣ୍ଡୁ ଫୁଲ

ଆଜିକାଲି ଜନସଂଖ୍ୟା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ବଢ଼ୁଛି । ଏହାର ପ୍ରଭାବ ସିଧା ଆମମାନଙ୍କ ଉପରେ ହିଁ ପଡ଼ୁଛି । ପ୍ରଦୂଷଣ ପାଇଁ ବିଭିନ୍ନ ରୋଗ ସୃଷ୍ଟି ହେଉଥିବା ବେଳେ କେଶର ସମସ୍ୟା ସେଥିରୁ ଗୋଟେ । କେଶ ଝଡ଼ିବା ସହ ରୁପି ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି ।

publive-image

ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଲୋକମାନେ ବଜାରରେ ମିଳୁଥିବା ସମଗ୍ରୀକୁ ଆପଣାଉ ଥିଲେ ମଧ୍ୟ ତା’ର କିଛି ଭଲ ପ୍ରଭାବ ଦେଖିବାକୁ ମିଳୁ ନାହିଁ । ହଜାର ହଜାର ଟଙ୍କା ଖର୍ଚ୍ଚ କରି ମଧ୍ୟ ଲୋକମାନେ ଏହି ଅସୁବିଧାରୁ ମୁକୁଳି ପାରୁନାହାନ୍ତି । ସେଥିପାଇଁ ଆଜି ଆମେ ଏହାର ଘରୋଇ ଉପଚାର ବିଷୟରେ ଆପଣଙ୍କୁ ଜଣାଇବୁ । କିପରି ଆପଣମାନେ ଘରେ ବସି ଆପଣଙ୍କ କେଶ ସଂପର୍କିତ ଅସୁବିଧାକୁ ଦୂର କରି ପାରିବେ ଆସନ୍ତୁ ଜାଣିବା

ମୁଣ୍ଡ କୁଣ୍ଡେଇ ହେଉଥିଲେ ବାହାରର ରସାୟନ ଜିନିଷ ବ୍ୟବହାର ନ କରି ଆପଣ ଗେଣ୍ଡୁ ଫୁଲକୁ ବ୍ୟବହାର କରି ପାରିବେ। ଗେଣ୍ଡୁ ଫୁଲ ତା’ର ଆଣ୍ଟିବାକ୍ଟେରିୟାଲ, ଆଣ୍ଟିଇମ୍ପ୍‌ଫ୍ଲାମେଣ୍ଟାରି ଗୁଣ ପାଇଁ ବେଶ ଜଣାଶୁଣା। ତେବେ ଏହାକୁ କିପରି ବ୍ୟବହାର କରିବା ତାହା ଆସନ୍ତୁ ଜାଣିବା। ପ୍ରଥମେ ୪ଟି ଗେଣ୍ଡୁ ଫୁଲ, ୫୦୦ମିଲିଲିଟର ପାଣିଏବଂ ଅଧା କଟା ଲେମ୍ବୁ ନିଅନ୍ତୁ । ତା ପରେ ୪ଟି ଗେଣ୍ଡୁ ଫୁଲକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଫୁଟି ଗଲା ପରେ ସେଥିରେ ଲେମ୍ବୁର ରସକୁ ଚିପୁଡ଼ି ଦିଅନ୍ତୁ । ଏହି ମିଶ୍ରଣ ତିଆରି ହୋଇଯିବା ପରେ ସାମ୍ପୋ କରିବା ପୂର୍ବରୁ ଏହାକୁ ମୁଣ୍ଡରେ ଭଲ କରି ମାଲିସ କରନ୍ତୁ । ଏହା ପରେ କିଛି ସମୟ ଛାଡ଼ି ବ୍ୟବହାର କରୁଥିବା ସାମ୍ପୋରେ ମୁଣ୍ଡକୁ ଭଲ କରି ସଫା କରି ନିଅନ୍ତୁ ।

publive-image

ସଫା କରିବା ପରେ ଏହାକୁ ପ୍ରାକୃତିକ ଭାବେ ଶୁଖିବାକୁ ଦିଅନ୍ତୁ । କାରଣ ହେୟାର ଡ଼୍ରାୟର ଦ୍ୱାରା ଶୁଖାଇଲେ ତାହା ମୁଣ୍ଡ କୁଣ୍ଡିଆକୁ ବଢ଼ାଇଥାଏ । ସପ୍ତାହକୁ ୨-୩ଥର ଏପରି କଲେ ଆପଣଙ୍କ ଅସୁବିଧା ଦୂର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe