ଆଳୁ ରସର କରନ୍ତୁ ଏଭଳି ପ୍ରୟୋଗ; କେଶ ଝଡ଼ିବା ବନ୍ଦ ହେବ

ଆଳୁ ରସର କରନ୍ତୁ ଏଭଳି ପ୍ରୟୋଗ; କେଶ ଝଡ଼ିବା ବନ୍ଦ ହେବ

ଦେଶରେ ବଢ଼ୁଥିବା କରୋନାଭାଇରସ୍‌ ସଂକ୍ରମଣ ପାଇଁ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି ଏବଂ ସମସ୍ତଙ୍କୁ ଘରେ ରହିବାକୁ ସରକାର ବାରମ୍ବାର ସଚେତନ କରୁଛନ୍ତି। ଏହି କଟକଣା ଭିତରେ ବିୟୁଟି ପାର୍ଲର ବି ବନ୍ଦ ରହିଛି। ତେଣୁ ପୁରୁଷ ଓ ମହିଳାମାନଙ୍କୁ ଏଥିପାଇଁ ସମାନ୍ୟ ଅସୁବିଧା ପରିଲକ୍ଷିତ ହେଉଥିବା ବି ଦେଖିବାକୁ ମିଳୁଛି। ତେବେ ଯେଉଁ ପୁରୁଷ ଓ ମହିଳାମାନେ ନିଜର କେଶ ଝଡ଼ିବା ହ୍ରାସ କରିବା ପାଇଁ ପାର୍ଲର ଆସି ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି ସେମାନଙ୍କ ପାଇଁ ଏଭଳି ପରିସ୍ଥିତିରେ ଏକ ଘରୋଇ ଉପଚାର ରାମବାଣ ସଦୃଶ୍ୟ ହେବ।

Potato Juice for Hair Growth: The Best Remedy - Healthy & Stylish ... Medium

କେଶ ଝଡ଼ିବା ସମସ୍ୟାକୁ ହ୍ରାସ କରିବା ପାଇଁ ଆଳୁ ରସ ପିଇଲେ ଏହା ଚମତ୍କାର ଭାବେ କାମ କରିଥାଏ ବୋଲି ଜଣାପଡ଼ିଛି। ଆଳୁରେ ଆଇରନ୍‌, ଭିଟାମିନ୍‌ ସି, ଜିଙ୍କ, ବିଟା କେରୋଟିନ୍‌ ଓ ଫସ୍‌ଫରସ୍‌ ଆଦି ରହିଥାଏ। ଯେଉଁ କାରଣରୁ ଏହାର ରସ ମୁଣ୍ଡରେ ଥିବା କୋଷକୁ ପୋଷକ ଦେଇ କେଶକୁ ଶକ୍ତ ରଖିଥାଏ।

କେବଳ ଏତିକି ନୁହେଁ, ଆଳୁ ମୁଣ୍ଡର ଚର୍ମସସ୍ତରରେ ସନ୍ତୁଳନ ରକ୍ଷା କରି ରୁପି ଓ କୁଣ୍ଡିଆ ସମସ୍ୟା ହେବାକୁ ଦିଏ ନାହିଁ। ଯାହାଫଳରେ କେଶ ଝଡ଼ିବା କମ୍‌ ହୋଇଥାଏ। ତେବେ ଆସନ୍ତୁ ଆଳୁ ରସକୁ କିଭଳି ପ୍ରସ୍ତୁତ କରିବେ ତାହାର ଉପାୟ ନିମ୍ନରେ ଜାଣିବା।

How To Use Potatoes For Hair Growth? | Dafcuk Dafcuk

             ଆଳୁ ରସ‌ ପ୍ରସ୍ତୁତ କରିବାର ବିଧି

ସର୍ବପ୍ରଥମେ ଆଳୁର ଚୋପା ଛଡ଼ାଇ ତାକୁ ଛୋଟଛୋଟ ଖଣ୍ଡ କରିବେ।
ଏହି ଖଣ୍ଡ ହୋଇଥିବା ଆଳୁରେ କିଛି ପାଣି ମିଶାଇ ପୂରା ଗ୍ରାଇଣ୍ଡ କରିବେ।
ତା’ପରେ ଗ୍ରାଇଣ୍ଡ ହୋଇଥିବା ଆଳକୁ ଏକ ସଫା କପଡା/ଝାଙ୍କିଣି ସାହାଯ୍ୟରେ ଚିପୁଡ଼ି ରସ ବାହାର କରି ଏକ ବଡ଼ ଗ୍ଲାସରେ ରଖିବେ ଏବଂ ସଙ୍ଗେସଙ୍ଗେ ତାହାକୁ ପିଇବେ।
ଦେଖିବେ ପ୍ରତିଦିନ ଏହି ଉପାୟକୁ ଆପଣାଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ସମସ୍ୟାରେ ହ୍ରାସ ହେବାରେ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe