ଏହିପରି ଭାବେ ଚଳିଲେ ବୈବାହିକ ଜୀବନ ହୋଇଥାଏ ସୁଖମୟ: ଚାଣକ୍ୟ

Advertisment
ଏହି ବ୍ୟକ୍ତିମାନଙ୍କୁ ବଢ଼‌ାନ୍ତୁ ନାହିଁ ସହାୟତାର ହାତ, ପଡ଼ିପାରନ୍ତିି ଅସୁବିଧାରେ

Famous People

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ। ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ ସୁଖୀ ବୈବାହିକ ଜୀବନ ପାଇଁ କେଉଁ ସବୁ ଜିନିଷକୁ ଗୁରୁତ୍ବ ଦେବା ଆବଶ୍ୟକ। କେଉଁ ସବୁ ଜିନିଷକୁ ଗୁରୁତ୍ବ ଦେଲେ ବିବାହ ସଫଳ ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।

: ଜଣେ ନିଷ୍କପଟ ଓ ଚତୁରୀ ନାରୀ ହିଁ ଉତ୍ତମ ସ୍ତ୍ରୀ ହୋଇଥାଏ। ସେ ନିଜ ସ୍ୱାମୀଙ୍କୁ ସ୍ନେହ କରିବା ସହ ପରିବାରେ ଶାନ୍ତି ଓ ସମନ୍ଵୟ ବଜାୟ ରଖିବାକୁ ଉଦ୍ୟମ କରିଥାଏ। ବିବାହ ପାଇଁ ଚତୁରୀ ଝିଅ ଚୟନ କରିବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ।

: ନାରୀମାନଙ୍କ ପାଇଁ ଚାଣକ୍ୟଙ୍କ ଉପଦେଶ ହେଲା, ସେମାନେ ସ୍ୱାମୀଙ୍କର ଉପଯୁକ୍ତ ସେବା କରିବା ଉଚିତ। କାରଣ ପତ୍ନୀଙ୍କ ପାଇଁ ସ୍ୱାମୀ ହିଁ ସ୍ୱର୍ଗ ହୋଇଥାନ୍ତି।

: ସେମିତି ଜଣେ  ପୁରୁଷକୁ ମଧ୍ୟ ନିଜ ଆଶ୍ରାରେ ଥିବା ନାରୀଙ୍କୁ କେବେ ଦୁର୍ବ୍ୟବହାର କରିବା ବା ଆଘାତ ଦେବା ଅନୁଚିତ।

publive-image Indus Library

: ସୁନ୍ଦରୀ ନୁହେଁ ପରିବାରର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଉଥିବା ଝିଅକୁ ବାହା ହେଲେ ସମ୍ବନ୍ଧ ସଫଳ ହେବ ଏବଂ ଉଭୟ ପରିବାର ପ୍ରତି ମଙ୍ଗଳମୟ ହେବ।

: ପୁରୁଷ ଓ ନାରୀ ପରସ୍ପରଙ୍କ ପ୍ରତି ସମ ପରିମାଣ ସ୍ନେହ ଭାବ ପାଇଁ ଉଦ୍ୟମ ରଖିବା ଆବଶ୍ୟକ; ଏହା ହିଁ ବିବାହର ପ୍ରକୃତ ସଫଳତା। ଏଥିରେ କେହି ବିଚ୍ୟୁତ ହେଲେ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ ନାହିଁ।

: ସର୍ବଦା ନିଜ ସମକକ୍ଷ ଅଥବା ନିଜ ସାମାଜିକ ସ୍ତରଠାରୁ ନିମ୍ନ ବର୍ଗର ଝିଅଘରକୁ ବିବାହ ପ୍ରସ୍ତାବ ପଠାଇବା ଉଚିତ। ନିଜ ସ୍ତର ଠାରୁ ବଡ଼ଘରୁ ଝିଅ ଆଣିଲେ ସମାଜରେ ପୁଅ ନିଜର ସମ୍ମାନ ହରାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe