ହସି ହସି ଚେତା ହରାଇଲେ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ହସି ହସି ଚେତା ହରାଇଲେ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: କମେଡି ସୋ ଦେଖି ଲୋକମାନେ ହସି ନିଜ ମନକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତି। କିଛି ସମୟ ହସିବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ କିନ୍ତୁ ଏକ କମେଡି ସୋ ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କ ପାଇଁ ହସିବା ମହଙ୍ଗା ପଡିଛି। ଟିଭି ଦେଖିବା ସମୟରେ ହସି ହସି ବ୍ୟକ୍ତିଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ପରେ ଡାକ୍ତର ଏହା ପଛର କାରଣ ମଧ୍ୟ ବୁଝାଇଛନ୍ତି।

ଏହି ମାମଲା ହାଇଦ୍ରାବାଦରୁ ଆସିଛି, ଯେଉଁଠାରେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ଚା ’ପିଇବା ସମୟରେ ଟିଭିରେ ଏକ କମେଡି ସୋ’ ଦେଖୁଥିଲେ । କମେଡି ସୋ’ ଦେଖିବା ପରେ ସେ ହସିବାକୁ ଲାଗିଥିଲେ। କିଛି ମିନିଟ୍ ହସିବା ପରେ ସେ ଚେତା ହରାଇଥିଲେ। ଏହା ପରେ ପରିବାର ସଦସ୍ୟ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦର ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଡାକ୍ତର ସୁଧୀର କୁମାର କହିଛନ୍ତି ଯେ ଏହା ଏକ ବିରଳ ଘଟଣା। ସେ କହିଛନ୍ତି ଯେ ବ୍ୟକ୍ତି ଜଣକ ସନ୍ଧ୍ୟାରେ ତାଙ୍କ ପରିବାର ସହିତ ଚା’ପିଉଥିଲେ ଏବଂ ଟିଭିରେ ଏକ କମେଡି ସୋ’ ଦେଖୁଥିଲେ। ହସି ହସି ହଠାତ୍ ତାଙ୍କ ହାତରୁ ଚା’କପ୍ ତଳେ ପଡ଼ିଯାଇଥିଲା। କିଛି ସମୟ ପରେ ତାଙ୍କ ଶରୀର ଗୋଟିଏ ପାର୍ଶ୍ୱକୁ ଢଲିପଡ଼ିଥିଲା। ସେ ବସିଥିବା ଚେୟାରରୁ ତଳେ ପଡିଯାଇଥିଲା।

ବୃଦ୍ଧ ଜଣକ ତଳେ ପଡ଼ିଯିବା ପରେ ଚେତାଶୂନ୍ୟ ହୋଇଯାଇଥିଲେ। ପରିବାର ସଦସ୍ୟ ଦେଖିଲେ ଯେ ତାଙ୍କ ଶରୀରରେ କମ୍ପନ ହେଉଛି। ତେବେ ତାଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ଚେତନା ଫେରି ଆସିଥିଲା ଏବଂ ସେ କଥା କହିବା ଆରମ୍ଭ କରିଥିଲେ। ଆପୋଲୋ ହସ୍ପିଟାଲର ଡାକ୍ତରମାନେ ବୃଦ୍ଧଙ୍କୁ ପରୀକ୍ଷା କରିଥିଲେ।

ଜଣାପଡିଛି ଯେ ବୃଦ୍ଧ ଜଣକ କୌଣସି ରୋଗର ଚିକିତ୍ସା କରୁନାହାଁନ୍ତି କିମ୍ବା କୌଣସି ପ୍ରକାରର ଔଷଧ ସେବନ କରି ନଥିଲେ। ଅତ୍ୟଧିକ ହସିବା କାରଣରୁ ଏହି ଘଟଣା ଘଟିଥିବା ଡାକ୍ତର କହିଛନ୍ତି। ଏହା ଏକ ବିରଳ ଘଟଣା ବୋଲି ଡାକ୍ତର କହିଛନ୍ତି। ହସ ସ୍ବାସ୍ଥ୍ୟ ପାଇଁ ଅମୃତ ହେଲେ ମଧ୍ୟ ଅତ୍ୟଧିକ ହସ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe