ନିୟମିତ ମୁଣ୍ଡବିନ୍ଧା ହେଉଛି କି? ମୁଣ୍ଡବିନ୍ଧା ଏହି ସବୁ ରୋଗର ପୂର୍ବ ଲକ୍ଷଣ ‌ହୋଇଥାଏ

ନିୟମିତ ମୁଣ୍ଡବିନ୍ଧା ହେଉଛି କି? ମୁଣ୍ଡବିନ୍ଧା ଏହି ସବୁ ରୋଗର ପୂର୍ବ ଲକ୍ଷଣ ‌ହୋଇଥାଏ

Healthline

ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଆସନ୍ତୁ ଜାଣିବା ସାଧାରଣ ଭଳି ଲାଗୁଥିବା ମୁଣ୍ଡବିନ୍ଧା କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ ।

publive-image

୧ . ମୁଣ୍ଡବିନ୍ଧା ଷ୍ଟ୍ରୋକ୍ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେବାକୁ ଥିଲେ ଆରମ୍ଭରୁ ମୁଣ୍ଡ ଜୋରରେ ବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଖାଇବାକୁ ଇଚ୍ଛା ନହେବା ଭଳି ସମସ୍ୟା ଦେଖାଯାଇଥାଏ । ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ, ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଇଥାଏ ।

୨ . ପ୍ରତିଦିନ ମୁଣ୍ଡ ବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ ।

୩ . ଶରୀରରେ ଜଳୀୟଅଂଶ କମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତ ଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe