ମୁଣ୍ଡବିନ୍ଧା ହେଉଥିଲେ ଘରେ ଆପଣାନ୍ତୁ ଏହି ତୁଟୁକା ଉପଚାର

Advertisment
ମୁଣ୍ଡବିନ୍ଧା ହେଉଥିଲେ ଘରେ ଆପଣାନ୍ତୁ ଏହି ତୁଟୁକା ଉପଚାର

ବ୍ୟସ୍ତ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ସମୟରେ ଆମରେ ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏଥିପାଇଁ ବଜାରରେ ମିଳୁଥିବା ମେଡିସିନ ବ୍ୟବହାର ନକରି ଘରୋଇ ଉପାୟରେ ଏହାକୁ ଆପଣ ଦୂରେଇ ପାରିବେ । କାରଣ ମୁଣ୍ଡବିନ୍ଧା ଭଳି ସମସ୍ୟା ପାଇଁ ସବୁବେଳେ ମେଡ଼ିସିନ ବ୍ୟବହାର କରିବା ବୃକକ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ | ଯାଜନାତୁ ସାମାନ୍ୟ ମୁଣ୍ଡବିନ୍ଧା ହେଉଥିଲେ ଘରେ କଣ ସବୁ ତୁଟୁକା ଉପଚାର କରିପାରିବେ |

ଅଦା : ମୁଣ୍ଡବିନ୍ଧା ସମସ୍ୟା ଲାଗି ହେଲେ ଅଦାକୁ ନେଇ ତାହାକୁ ପାଣିରେ ମିଶାଇକି ଭଲ ଭାବରେ ଫୁଟାଇବାକୁ ହେବ। ଏହାପରେ ଆପଣ ଏହାକୁ ଛାଣିକରି ପାଣିକୁ ସେବନ କରନ୍ତୁ।
ଲେମ୍ବୁ ରସ: ଯଦି ଆପଣ ମୁଣ୍ଡବିନ୍ଧାଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଥା’ନ୍ତି ,ତେବେ ଆପଣ କିଛି ଅଦାର ରସ ସହିତ ଲେମ୍ବୁ ରସକୁ ଏକାସାଥିରେ ମିଳାଇ ଏହାକୁ ଦିନକୁ ଦୁଇ ଥର ଭାବରେ ସେବନ କରନ୍ତୁ। ତୁରନ୍ତ ହିଁ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇଯିବେ।

publive-image Photo-Zeenews

ପୋଦିନା ପତ୍ର: ଏଥିସହିତ ଯେତେବେଳେ ଆପଣ ମୁଣ୍ଡବିନ୍ଧା ହେଉଥିବାର ଅନୁଭବ କରୁଛନ୍ତି ,ସେତେବେଳେ ଆପଣ ପୋଦିନା ପତ୍ରର ରସକୁ ମୁଣ୍ଡରେ ଲଗାଇଦିଅନ୍ତୁ। ଏହା କରିବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଯିବ ।
ଲବଙ୍ଗ:ଯଦି ଉପରୋକ୍ତ ସାମଗ୍ରୀ ନ ମିଳେ ତେବେ ଆପଣଙ୍କୁ ଲବଙ୍ଗକୁ ପେସିକରି ଏକ କପଡ଼ାରେ ବାନ୍ଧିବାକୁ ହେବ। ଏହାପରେ ଆପଣ ଏହାକୁ ଧୀରେ ଧୀରେ ଲବଙ୍ଗର ବାସ୍ନାକୁ ଶୁଂଙ୍ଘନ୍ତୁୁ,ଦେଖିବେ ଆପଣଙ୍କ ମୁଣ୍ଡ ବିନ୍ଧା ପୂର୍ବାପେକ୍ଷା କମିଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe