ଖାଦ୍ୟ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଏସବୁ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ

ଖାଦ୍ୟ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଏସବୁ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ

ଖାଦ୍ୟ ଆମ ଶରୀରକୁ କେବଳ ଶକ୍ତି ଯୋଗାଏ ନାହିଁ, ଆମକୁ ସୁସ୍ଥ ରଖେ। କୁହାଯାଏ, ସୁଷମ ଖାଦ୍ୟ ଦୀର୍ଘ ଓ ନିରାମୟ ଜୀବନର ଚାବିକାଠି। ଖାଦ୍ୟ ଖାଇ ସାରିବା ପରେ ହଜମ ହୁଏ ଏବ˚ ଖାଦ୍ୟସାର ରକ୍ତରେ ମିଶେ। ଏହା ଦ୍ୱାରା ଶରୀର ଅସୁସ୍ଥ ହେବାର ଆଶଙ୍କା ନଥାଏ। କେତେକ ବ୍ୟକ୍ତି ଖାଇବାର ଠିକ୍‌ ପରେ ଚାହା, କଫି ପିଅନ୍ତି। ଧୂମପାନ କରନ୍ତି। କେତେକ ସ୍ନାନ କରନ୍ତି। ଏହା ଦ୍ୱାରା ଖାଦ୍ୟ ହଜମରେ ବାଧା ଉପୁଜେ। କାରଣ ଚାହାର ପଲିଫିନଲ୍‌, ଟାନିନ୍‌ ଏବ˚ କଫିର କାଫେନ୍‌ ଉପାଦାନ ଖାଦ୍ୟର ଲୌହସାରକୁ ନଷ୍ଟ କରିଦିଏ। ଫଳରେ ରକ୍ତହୀନତାରେ ପୀଡ଼ିତ ହେବାର ଆଶଙ୍କା ବଢେ଼।

publive-image www.shutterstock.com

ସିଗାରେଟ୍‌ର ନିକୋଟିନ୍‌ ରକ୍ତ ସଞ୍ଚାଳନକୁ ବାଧା ଦିଏ। ଖାଦ୍ୟ ଖାଇବା ପରେ ଫଳ ଖାଇବା ଅନୁଚିତ। ଏଥିରେ ଅଧିକ ପରିମାଣରେ ଗ୍ଲୁକୋଜ୍‌ ଓ ଫ୍ରୁକ୍ଟୋଜ୍‌ ଥିବାରୁ ତାହା ଖାଦ୍ୟରେ ମିଶି ଅମ୍ଳ ସୃଷ୍ଟି କରେ। ଖାଇବା ପରେ ଚାଲିବା, ଦୌଡ଼ିବା କି ବ୍ୟାୟମ କରିବା ମଧ୍ୟ ବର୍ଜନୀୟ। ଖାଇସାରିବା ପରେ ଗୋଟିଏ ସ୍ଥାନରେ ନ ବସି ସାମାନ୍ୟ ଚଲାବୁଲା କରନ୍ତୁ। ଟିଭି ଦେଖିବା, ଭିଡିଓ ଗେମ୍‌ ଖେଳିବା, ବହି ପଢ଼ିବା ଠାରୁ ଦୂରେଇ ରହନ୍ତୁ। ନଚେତ ମେଦବହୁଳତାର ଶିକାର ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe