KWT Today
ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଗୁରୁତ୍ୱ ପ୍ରାୟ କମି ଆସିଲାଣି। ଇଚ୍ଛା ଥିଲେ ବି ପାଖରେ ସମୟର ଘୋର୍ ଅଭାବ ହେତୁ ଏସବୁ ଦିଗକୁ ଧ୍ୟାନ ଦେଇହୁଏ ନାହିଁ। ତା ସତ୍ୱେ ବି ଆମକୁ ସୌନ୍ଦର୍ଯ୍ୟର ଧ୍ୟାନ ରଖିବାକୁ ହେବ। ତେବେ, ଚାଲନ୍ତୁ ଜାଣିବା ନିଜ ଚେହେରାର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ।
ଫଳ, ପରିବା ଓ ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶିବ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।
ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ଅତିକମ୍ରେ ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।
ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।
ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣା ହେଲା ରାତିରେ ଜଲ୍ଦି ଶୋଇ ସକାଳୁ ଜଲ୍ଦି ଉଠନ୍ତୁ। ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ।
Follow Us