ଦିନକୁ ଖ‌ାଆନ୍ତୁ ମାତ୍ର ୩-୪ଟି ଆଲମଣ୍ଡ୍‌, ଦୂରେଇ ଯିବ ଅନେକ ସମସ୍ୟା

ଦିନକୁ ଖ‌ାଆନ୍ତୁ ମାତ୍ର ୩-୪ଟି ଆଲମଣ୍ଡ୍‌, ଦୂରେଇ ଯିବ ଅନେକ ସମସ୍ୟା

Information Hub Spot

ଆପଣମାନେ ଜାଣିଥିବ‌େ ନିଶ୍ଚୟ ଯେ ଆଲ୍‌ମଣ୍ଡ ଆମ ଶରୀର ପାଇଁ ଖୁବ୍‌ ଉପକାରୀ ‌ହୋଇଥାଏ। ଦୈନିକ ସକାଳୁ ୩-୪ଟି ଆଲମଣ୍ଡ୍‌ ଖାଇଲେ ଏଥିରୁ ବିଭିନ୍ନ ପ୍ରକାରର ସୁଫଳ ମିଳିଥାଏ। ଆପଣ ନିୟମିତ ଆଲମ୍‌ଣ୍ଡ ଖାଇଲେ ଆପଣଙ୍କୁ ଆପଣଙ୍କ ଶରୀର ପାଇଁ ଭରପୂର ପରିମାଣର ପ୍ରୋଟିନ୍‌ ମିଳିଯିବ।

ଆଲମଣ୍ଡ୍‌ ଶରୀରରୁ କୋଲେଷ୍ଟ୍ରଲ୍‌ ସ୍ତରକୁ ଆୟତ୍ତ କରିି ଭରପୂର ପରିମାଣର ଭିଟାମିନ୍‌ ଇ, ମ୍ୟାଗ୍‌ନେସିୟମ୍‌ ଏବଂ ପଟାସିୟମ ଦେଇଥାଏ। ଖାଲି ସେତିକି ନୁହେଁ, ଆଲମଣ୍ଡ୍‌ ହାଡ଼କୁ ମଜବୁତ୍‌ କରିବା ପରି ଏକ ଫଳ। ଆପଣ ଏହାକୁ ଖାଇଲେ ଆପଣଙ୍କ ହାଡ଼ ଶକ୍ତ ହେବ।

୨୮ ଗ୍ର‌ାମ୍ ଆଲମଣ୍ଡ୍‌ରେ ୩.୫ ଗ୍ରାମ୍‌ ଫାଇବର୍‌, ୬ ଗ୍ରାମ୍‌ ପ୍ରୋଟିନ୍‌, ୧୪ ଗ୍ରାମ୍‌ ଫ୍ୟାଟ୍‌, ୩୭ ପ୍ରତିଶତ ଭିଟାମିନ୍‌ ଇ, ୩୨ ପ୍ରତିଶତ ମାଙ୍ଗାନିଜ୍‌ ଓ ୨୦ ପ୍ରତିଶତ ମାଙ୍ଗାନିଜ୍‌ ରହିଛି।

publive-image
Prorganiq

ଏଥିରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଏହାକୁ ଖାଇବା ଦ୍ବାରା ଶରୀରରେ ବୟସର ଛାପ ସେତେଟା ଦିଶିବ ନାହିଁ। ଏହାକୁ ନିୟମିତ ଖାଇଲେ କର୍କଟ ପରି ରୋଗ ହେବାର ଖୁବ୍ କମ୍‌ ସମ୍ଭାବନା ରହିଛି।

ଦିନକୁ ପ୍ରାୟ ୮୪ ଗ୍ରାମ୍‌ ଆଲମଣ୍ଡ୍‌ ଖାଇବା ଦ୍ବାରା ରକ୍ତଚାପ ଓ ମଧୁମେହ ପରି ରୋଗକୁ ଆୟତ୍ତକୁ ଅଣାଯାଇପାରେ। ଆଲମଣ୍ଡ୍‌ ଖାଇବା ଦ୍ବାରା ଆପଣଙ୍କ ଓଜନ ମଧ୍ୟ ଆୟତ୍ତରେ ରହିବ ବୋଲି ଜାଣିରଖନ୍ତୁ।

ଆଲମଣ୍ଡ୍‌ ହୃଦ୍‌ପିଣ୍ଡ ପାଇଁ ମଧ୍ୟ ଖୁବ୍‌ ଭଲ। ଏହାକୁ ନିୟମିତ ଖାଇଲେ ହୃଦ୍‌ ରୋଗ ହେବାର ସମ୍ଭାବନା ମଧ୍ୟ ଖୁବ୍ କମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe