କମାଲ କରିବ କଦଳୀ ଚୋପା: ଫିଙ୍ଗି ଦେଉଥିଲେ ଆଉ ଫିଙ୍ଗନ୍ତୁନି, ଶରୀର ପାଇଁ ଲାଭଦାୟକ

bana

Photograph: (SAMBAD.IN)

ଭୁବନେଶ୍ବର: କଦଳୀ ଖାଇ ସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀ ଚୋପାକୁ ଫିଙ୍ଗି ଦେଇଥାଉ । ଅନେକ ଲୋକ ଏମିତି କରନ୍ତି । ଏହା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ହେଲେ ଆପଣ ଜାଣନ୍ତି କି କଦଳୀ ଚୋପାରେ ବି ଅନେକ ଚମତ୍କାରିତା ଅଛି । ଯାହା ଆମ ଶରୀର ପାଇଁ ବେଶ ଭଲ ଏବଂ ଉପଯୋଗୀ । ତେବେ ଜାଣନ୍ତୁ କଣ ରହିଛି କଳଦୀ ଚୋପାର ଚମତ୍କାରିତା ।

ଆପଣଙ୍କ ସୁନ୍ଦର ତ୍ବଚା ପାଇଁ ରାମବାଣ ଏହି କଦଳୀ ଚୋପା । କଦଳୀ ଚୋପାକୁ ଅନେକ ଖାଇସାରି ନଷ୍ଟ କରିଦେଉଥିବା ବେଳେ ଏହାର ଭିତର ଅଂଶକୁ ଧିଧିରେ ମୁହଁରେ ଲଗାଇଲେ ମୁହଁର ଶୁଖିଲାପଣକୁ ଏହା ଓଦାରଖେ ଏବଂ ମୁହଁର ଚମଡାକୁ ନରମ ରଖେ ।

କଦଳୀ ଚୋପାକୁ ପ୍ରତିଦିନ ମୁହଁରେ ଲଗାଇଲେ ତାହା ମୁହଁରେ ଥିବା ନାଲି ଅଂଶକୁ ଦୂରକରେ । ଯଦି ଗରମ ପାଇଁ ବି ମୁଁ ଜଳାପୋଡା କରୁଛି ତେବେ ସେଥିରୁ ବି ଉପଷମ ଦେବ କଦଳୀ ଚୋପା ।

ଆଖିତଳ କଳାଦାଗ କଦଳୀ ଚୋପା ଦୂରକରେ । ୧୫ରୁ ୨୦ ମିନିଟ୍ କଦଳୀ ଚୋପାକୁ ଆଖି ଉପରେ ରଖିଲେ ଏହା ଆଖିକୁ ଥଣ୍ଡା ରଖିଥାଏ ଏବଂ ଶରୀରରେ ଯଦି କୌଣସି ସ୍ଥାନ କଟି ଯାଉଛି କିମ୍ବା ଆଞ୍ଚୁଡି ଯାଏ ତାହାରେ କଦଳୀ ଚୋପା ଲଗାନ୍ତୁ ଏହା ଔଷଧ ଭଳି କାମ କରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe