ଟଙ୍କାଟିଏ ଖର୍ଚ୍ଚ ନକରି କମିଯିବ ଅନେକ ରୋଗ, ବାସ୍‌ ପାଣି ପିଇବାର ଅଭ୍ୟାସ ଥିଲେ ହେଲା

Advertisment
ଟଙ୍କାଟିଏ ଖର୍ଚ୍ଚ ନକରି କମିଯିବ ଅନେକ ରୋଗ, ବାସ୍‌ ପାଣି ପିଇବାର ଅଭ୍ୟାସ ଥିଲେ ହେଲା

Harvard Health - Harvard University

ପାଣି ପିଇବା ଶରୀର ପାଇଁ ଯେ କେତେ ଭଲ ତାହା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର ଆପଣ ହୁଏତ ଜାଣିନଥିବେ ଯେ ପାଣିରେ କ’ଣ ସବୁ ଭଲ ଗୁଣ ରହିଛି। ପ୍ରଚୁର ପରିମାଣର ପାଣି ପିଇଲେ କେଉଁ ସବୁ ରୋଗକୁ ଭଲ ‌କରି ଦେଇହେବ ସେ କଥା ଜାଣନ୍ତି କି? ଆପଣ ଧରି ନିଅନ୍ତୁ ‌ଯେ ପାଣି ଏକ ଏପରି ଜିନିଷ ଯାହା ଅନେକ ରୋଗକୁ ଦୂର କରି ଦେଇପାରେ।

ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବ। ଆପଣ ଯେତେ ଅଧିକ ପାଣି ପିଇବେ ସେତେ ଅଧିକ ନିରୋଗୀ ରହିବେ।

ଏହା ରକ୍ତରୁ ଶର୍କରା ଭାଗକୁ କମ୍‌ କରିବା ସହ ଓଜନ ହ୍ର‌ାସରେ ବି ସହାୟ ‌ହୋଇଥାଏ। ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଡାଏଟ୍‌ କରୁଛନ୍ତି ତେବେ ଯେତେ ପାରୁଛନ୍ତି ସେତେ ପାଣି ପିଅନ୍ତୁ।

publive-image
Water Source

ଅଧିକରୁ ଅଧିକ ବ୍ୟାୟାମ କରିବା ପାଇଁ ପାଣି ଶକ୍ତି ଯୋଗାଏ। ଆପଣ ଯଦି ପ୍ରଚୁର ପରିମାଣରେ ପାଣି ପିଉଥାନ୍ତି ତେବେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରି ପାରିବା ପାଇଁ ଶକ୍ତି ମିଳିବ ଆପଣଙ୍କୁ।

ମୁଣ୍ଡ ବିନ୍ଧା ଓ ମାଇଗ୍ରେନ୍‌ ପରି ସମସ୍ୟାକୁ ଏହା ଚୁଟ୍‌କିରେ ସମାଧାନ କରେ। ଆପଣଙ୍କର ଯଦି ଏହି ସବୁ ସମସ୍ୟା ଅଛି ତେବେ‌ ପ୍ରଚୁର ପରିମାଣର ପାଣି ପିଅନ୍ତୁ।

‌ପାଣି ପିିଇବା ଦ୍ବାରା କୋଷ୍ଠକାଠିନ୍ୟ ପରି ରୋଗକୁ ମଧ୍ୟ ଦୂରେଇ ଯାଇପାରେ। ପ୍ରଚୁର ପରିମାଣର ପାଣି ପିଇଲେ କିଡ୍‌ନି ଷ୍ଟୋନ୍‌‌ ହେବାର ବି ସମ୍ଭାବନ‌ା କମ୍‌ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe