ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ କଦଳୀ, ମିଳିବ ଅନେକ ଫାଇଦା

Advertisment
ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ କଦଳୀ, ମିଳିବ ଅନେକ ଫାଇଦା

nari.punjabkesari.in

ଭିଟାମିନ, ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଖୁବ୍‌ ସହଜରେ ଦୂର ହେବା ସହ କିଛି କିଛି ସମସ୍ୟା ଉପୁଜି ନ ଥାଏ । କଦଳୀ ଖାଇବା ପରେ ଶରୀରକୁ ଶକ୍ତି ମିଳିବା ସହ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କଦଳୀ ଖାଇବାର ଫାଇଦା କ’ଣ?

୧.କଦଳୀରେ ଫାଇବର ଥିବାରୁ ତାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କର କେବେ ବି ପେଟ ଜନିତ ସମସ୍ୟା ଉପୁଜି ନଥାଏ ।
୨.ଓଜନ ବଢ଼ାଇବା ପାଇଁ ପ୍ରତିଦିନ ୨-୩ଟି କଦଳୀ ଖାଇବା ଆରମ୍ଭ କରନ୍ତୁ । କିଛି ଲୋକ ଯେତେ ଖାଇଲେ ବି ନିଜର ଓଜନ ବଢ଼ାଇ ପାରନ୍ତି ନାହିଁ । ସେଥିପାଇଁ ପତଳା ଯୁବକ-ଯୁବତୀମାନଙ୍କୁ ପ୍ରତିଦିନ କଦଳୀ ଖାଇବା ନିହାତି ଆବଶ୍ୟକ ।
୩.ଏଥିରେ ଆଇରନର ପରିମାଣ ଅଧିକ ଥିବାରୁ ଶରୀରରେ ହେଉଥିବା ରକ୍ତର ଅଭାବକୁ ଏହା ଦୂର କରିଥାଏ । ଏନେମିଆର ସମସ୍ୟା ଥିଲେ ପ୍ରତିଦିନ ୨-୩ଟି କଦଳୀ ନିଶ୍ଚୟ ଖାଆନ୍ତୁ ।

publive-image nari.punjabkesari.in

୪.କଦଳୀରେ ଭିଟାମିନ୍‌ ବି-୬ ଅଧିକ ପରିମାଣରେ ଥାଏ, ଯାହା ଦ୍ୱାରା ପ୍ରତିଦିନ କଦଳୀ ଖାଇବା ଦ୍ୱାରା ମସ୍ତିଷ୍କ କ୍ଷୀପ୍ର ହୋଇଥାଏ ।
୫.ଯେଉଁ ଲୋକମାନେ ଅବସାଦଗ୍ରସ୍ତ ରହୁଛନ୍ତି । ସେମାନଙ୍କ ପାଇଁ କଦଳୀ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପ୍ରୋଟିନ୍‌ ମସ୍ତିଷ୍କରେ ଚିନ୍ତା ସୃଷ୍ଟି କରୁଥିବା ହର୍‌ମୋନକୁ ଶାନ୍ତ କରିଥାଏ, ଯାହାଦ୍ୱାରା ଅବସାଦ କମ ହୋଇଥାଏ ।

publive-image nari.punjabkesari.in

୬.କଦଳୀ ଏବଂ କ୍ଷୀରର ମିଶ୍ରଣକୁ ସକାଳେ ଏବଂ ସଂନ୍ଧ୍ୟା ସମୟରେ ଖାଇବା ଦ୍ୱାରା ଧାତୁ ପଡ଼ିବା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe