ତ୍ୱଚାରେ ଚମକ ଆଣିବା ସହ ଏହି ସବୁ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ କମଳା

ତ୍ୱଚାରେ ଚମକ ଆଣିବା ସହ ଏହି ସବୁ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ କମଳା

Top Health Journal

ଶୀତ ଦିନେ ଖରାରେ ବସି କମଳା ଖାଇବାର ମଜା କିଛି ଅଲଗା । କମଳାରେ ଭିଟାମିନ୍‌ ସିର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

୧.କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚଳାନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।

୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଯାହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

publive-image labroots.com

୩.ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାଦ୍ୱାରା ଆପଣମାନେ ସହଜରେ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

୪.ଏଥିରେ ଭିଟାମିନ୍‌ ସି, ଆଣ୍ଟି-ଅକ୍ସିଡ଼ିାଣ୍ଟ,ଆଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରୀ,ବିଟା-କେରୋଟିନ୍‌ ରହିଥାଏ, ଯାହା ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରି ତ୍ୱଚାରେ ଚମକ ଆଣିଥାଏ । ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ମୁହଁରେ କମଳା ଲଗାଇ ପାରିବେ ।

୫.କମଳରେ କେରୋଟିନାଇଡ୍‌ ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ମଜବୁତ୍‌ କରିଥାଏ ।

publive-image Bare Beauty Essentials

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe