ରୋଗପ୍ରତିଷେଧକ ବୃଦ୍ଧିକାରୀ ଉପାଦାନରେ ଭରପୂର ରସୁଣ

ରୋଗପ୍ରତିଷେଧକ ବୃଦ୍ଧିକାରୀ ଉପାଦାନରେ ଭରପୂର ରସୁଣ

NDTV Food

ଓଜନ ବଢ଼ିବା ସମସ୍ୟାରେ ଆଜିକାଲି ଅନେକ ପୀଡ଼ିତ। ସାବଧାନତା ସତ୍ତ୍ବେ କମ୍‌ ଦିନ ମଧ୍ୟରେ ଓଜନ ନିୟନ୍ତ୍ରଣକୁ ଆଣିବା ସମସ୍ତଙ୍କ ପକ୍ଷେ ସହଜ ହେଉନାହିଁ। ତେବେ, କ୍ରମାଗତ ସନ୍ତୁଳିତ ଆହାର ଓ କିଛି ଶାରୀରିକ ବ୍ୟାୟାମ ଦ୍ୱାରା ତାହା ସମ୍ଭବ ହୋଇପାରୁଛି। ଏ କ୍ଷେତ୍ରରେ ରସୁଣ ଏକ ଉତ୍ତମ ବିକଳ୍ପ। ‘ଜର୍ନାଲ୍‌ ଅଫ୍‌ ନ୍ୟୁଟ୍ରିସନ୍‌’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ‌୍‌ ଅନୁସାରେ, ରସୁଣରେ ଏକ ସ୍ୱତନ୍ତ୍ର ଏନ୍‌ଜାଇମ୍‌ ଅଛି ଯାହା ଶରୀରରୁ ଅନାବଶ୍ୟକ ପଦାର୍ଥ ବାହାର କରିଦେବା ସହ ମେଦ ଖସାଇଦିଏ। ପ୍ରତି ଦିନ ସକାଳେ ଖାଲି ପେଟରେ ଦୁଇ-ତିନି ପାଖୁଡ଼ା ରସୁଣ ଚୋବାଇ ଖାଇବା ଦ୍ୱାରା ଓଜନ ହ୍ରାସ ପାଉଥିବା ଏଥିରେ ଦର୍ଶାଯାଇଛି। ନଚେତ୍‌ ଗୋଟିଏ ପାଖୁଡ଼ା ରସୁଣକୁ ଭଲ ଭାବେ ବାଟି ଉଷୁମ ପାଣିରେ ଲେମ୍ବୁ ରସ ସହିତ ଫେଣ୍ଟି ପିଇଲେ ଓଜନ ସମସ୍ୟା ଦୂର ହୋଇଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ରୋଗପ୍ରତିଷେଧକ ବୃଦ୍ଧିକାରୀ ଉପାଦାନରେ ରସୁଣ ଭରପୂର। ଏହା ରକ୍ତବାହୀ ନଳିକୁ ପରଷ୍କାର ରଖେ ଓ ହୃଦ୍‌ରୋଗ ଆଶଙ୍କା ମଧ୍ୟ ଦୂର କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe