ଅମୃତଭଣ୍ଡାର ସ୍ବାସ୍ଥ୍ୟପ୍ରଦ ଗୁଣ

ଅମୃତଭଣ୍ଡା ଯୁଗେ ଯୁଗେ ତାହାର ନାମର ସାର୍ଥକତା ପ୍ରଦାନ କରି ଆସିଛି। ତାହାର ସ୍ବାସ୍ଥ୍ୟପ୍ରଦ ଗୁଣ ଯୋଗୁଁ ସମସ୍ତଙ୍କ ପାଇଁ ତାହା ଏକ ପ୍ରିୟ ‘ଫଳ ଆଉ ପରିବା’ର ମାନ୍ୟତା ରଖି ଆସିଛି। ଗର୍ଭବତୀମାନଙ୍କୁ ପ୍ରସବ ପରେ ଜୀର୍ଣ୍ଣକ୍ରିୟାକୁ ସୁଗମ...

ddggddg

ଅମୃତଭଣ୍ଡା ଯୁଗେ ଯୁଗେ ତାହାର ନାମର ସାର୍ଥକତା ପ୍ରଦାନ କରି ଆସିଛି। ତାହାର ସ୍ବାସ୍ଥ୍ୟପ୍ରଦ ଗୁଣ ଯୋଗୁଁ ସମସ୍ତଙ୍କ ପାଇଁ ତାହା ଏକ ପ୍ରିୟ ‘ଫଳ ଆଉ ପରିବା’ର ମାନ୍ୟତା ରଖି ଆସିଛି। ଗର୍ଭବତୀମାନଙ୍କୁ ପ୍ରସବ ପରେ ଜୀର୍ଣ୍ଣକ୍ରିୟାକୁ ସୁଗମ କରିବା ଲାଗି ଅମୃତଭଣ୍ଡାକୁ ପ୍ରଥମ ଫଳ ଭାବରେ ଖାଇବାକୁ ଦିଆଯାଇଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଅମୃତଭଣ୍ଡାକୁ ନିୟମିତ ଖାଇବା ଦ୍ବାରା ତାହା ହୃଦ୍‌ରୋଗ କି କର୍କଟ ପରି ଦୀର୍ଘକାଳୀନ ରୋଗ ବିରୋଧରେ କାମ କରିଥାଏ। ଏଥିରେ ଥିବା ଭିଟାମିନ୍‌ ସି’ ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତ୍ବଚାର ଗଢ଼ଣକୁ ଉନ୍ନତ କରିଥାଏ। ଏଥିରେ ଥିବା ବିଟା-କ୍ୟାରୋଟିନ୍‌ ଚର୍ମରେ କୋଲାଜେନ୍‌ ସୃଷ୍ଟିରେ ସହାୟକ ହୋଇ ତ୍ବଚାକୁ ସୂର୍ଯ୍ୟରଶ୍ମିଜନିତ କ୍ଷତିର ଭରଣା କରିଥାଏ। 
ଗୋଟିଏ ଛୋଟ ଅମୃତଭଣ୍ଡାରୁ ଆମର ଦୈନିକ ଆବଶ୍ୟକ ଭିଟାମିନ୍‌ ସି’ର ପୂର୍ଣ୍ଣ ପରିମାଣ ମିଳିପାରିବ। 

ଅମୃତଭଣ୍ଡାର ସେଭଳି ଆଉ କିଛି ସ୍ବାସ୍ଥ୍ୟପ୍ରଦ ଗୁଣ ବାବଦରେ ଜାଣିବା। ଏଥିରେ ଥିବା ‘ପାପାଇନ୍‌’ ନାମକ ଏଞ୍ଜାଇମ୍‌ ଆମର ହଜମକ୍ରିୟାରେ ପ୍ରୋଟିନ୍‌କୁ ଭାଙ୍ଗି ଜୀର୍ଣ୍ଣତାକୁ ସୁଗମ କରିଥାଏ। ଫଳରେ ପେଟ ଫୁଲିବା କି ବାମ୍ଫିବା ସମସ୍ୟା ହୋଇନଥାଏ। ଅମୃତଭଣ୍ଡାରେ ଉଚ୍ଚମାନର ତନ୍ତୁ ଓ ଜଳ ରହିଥାଏ, ଯାହା ବୃହଦନ୍ତ୍ରରେ ଖାଦ୍ୟ ସାମଗ୍ରୀ ବର୍ଜ୍ୟର ପ୍ରବାହକୁ ସୁଗମ କରି କୋଷ୍ଠକାଠିନ୍ୟ ଦୂର କରିଥାଏ। ଅମୃତଭଣ୍ଡାରେ ଥିବା ଭିଟାମିନ୍‌ ସି’ ସମେତ ଆଣ୍ଟିଅକ୍ଟିଡାଣ୍ଟଗୁଡ଼ିକ ଶରୀରକୁ ହୃଦ୍‌ରୋଗ ଓ କର୍କଟଜନିତ ଅକ୍ସିଡେଟିଭ୍‌ ଚାପରୁ ମୁକ୍ତ ରଖିଥାଏ। ଏହା ଶ୍ବେତ ରକ୍ତକଣିକା ସୃଷ୍ଟିରେ ସହାୟକ ହୋଇ ଶରୀରର କୌଣସି ପ୍ରକାର ସଂକ୍ରମଣ କି ପ୍ରଦାହ ବିରୋଧରେ କାମ କରିଥାଏ। ଏଥିରେ ଥିବା ତନ୍ତୁସାର ଓ ପୋଟାସିଅମ୍‌ ଖଣିଜସାର ରକ୍ତଚାପ ଓ କୋଲେଷ୍ଟ୍ରୋଲ୍‌ ସ୍ତରକୁ କମାଇ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟକୁ ଉନ୍ନତ ରଖିଥାଏ। ସେହିପରି ଏଥିରେ ଥିବା ବିଟା-କ୍ୟାରୋଟିନ୍‌ ଭିଟାମିନ୍‌ ଏ’ରେ ରୂପାନ୍ତରିତ ହୋଇ ଚକ୍ଷୁସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe