ଅମୃତଭଣ୍ଡା ପତ୍ର ସେବନ ଦ୍ୱାରା ଶରୀରକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ

ଅମୃତଭଣ୍ଡା ପତ୍ର ସେବନ ଦ୍ୱାରା ଶରୀରକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ

ପ୍ରାକୃତିକ ଓ ଆୟୁର୍ବେଦିକ ଉପାୟରେ ରୋଗ ଭଲ କରିବା ଓ ନିଜକୁ ସୁସ୍ଥ ରଖିବା କଥା ଆସିଲେ ଲିମ୍ବ, ତୁଳସୀ, ଘିକୁମାରୀ ଓ ପୋଦିନା ପତ୍ର ପ୍ରଥମେ ସାମ୍ନାକୁ ଆସିଥାଏ। ଏହି ତାଲିକାରେ ଏବେ ଆଉ ଏକ ପତ୍ର ଯୋଡ଼ି ହୋଇଯାଇଛି। ଏହି ପତ୍ରର ନାମ ହେଉଛି ଅମୃତଭଣ୍ଡା ପତ୍ର। ତେବେ ଆସନ୍ତୁ ଅମୃତଭଣ୍ଡା ପତ୍ରର ଔଷଧୀୟଗୁଣ ବିଷୟରେ ଜାଣିବା....

ଅମୃତଭଣ୍ଡା ପତ୍ରକୁ ଆପଣ ସିଧାସଳଖ ଖାଇ ପାରିବେ ନାହିଁ। ସେଥିପାଇଁ ଏହାର ରସ ପିଇ ଆପଣଙ୍କ ରୋଗକୁ ଭଲ କରି ପାରିବେ। ଏଥିପାଇଁ ୫ରୁ ୧୦ଟି ଅମୃତଭଣ୍ଡା ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଏହି ପତ୍ରକୁ ବାଟି ଏଥିରୁ ରସ ବାହାର କରି ଦିଅନ୍ତୁ। ଏହାକୁ ଏକ କାଚ ବୋତଲ କିମ୍ବା ଫ୍ରିଜରେ ରଖି ଅନ୍ୟ ସମୟରେ ବି ପିଇ ପାରିବେ।

publive-image

ଡେଙ୍ଗୁ ଜ୍ୱର ଆକ୍ରାନ୍ତ କରିଥିବା ରୋଗୀଙ୍କ ପାଇଁ ଅମୃତଭଣ୍ଡା ପତ୍ରର ରସ ରାମବାଣ ସଦୃଶ୍ୟ ହୋଇଥାଏ। ଏଥିରେ ମହତ୍ତ୍ୱପୂର୍ଣ୍ଣ ପୋଷାକତତ୍ତ୍ୱ ରହିଥାଏ। ଯାହାକି ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ।

ଏଯାବତ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଅମୃତଭଣ୍ଡା ପତ୍ରର ରସ ମ୍ୟାଲେରିଆକୁ ସଫଳତା ସହ ଭଲ କରି ଦେଇଥାଏ।

ଅମୃତଭଣ୍ଡାର ପତ୍ରରେ ପେପିନ୍‌, କାଇମୋପେପିନ୍‌ ଓ ଅନେକ ଜରୁରୀ ଫାଇବର ରହିଥାଏ। ଯେତେବେଳେ ଏହାର ରସ ସେବନ କରାଯାଇଥାଏ ଆମର ଶରୀର ପାଚନକ୍ରିୟା ସୁଚାରୁରୂପେ କାମ କରିଥାଏ। ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe