ଶରୀରକୁ ସୁସ୍ଥ ରଖିବା ପାଇଁ କେତେଟି ଜାଣିବା କଥା

Advertisment
ଶରୀରକୁ ସୁସ୍ଥ ରଖିବା ପାଇଁ କେତେଟି ଜାଣିବା କଥା

୧.ଦୈନିକ ପାଞ୍ଚରୁ ଆଠ ଗ୍ରାମ୍‌ ଲୁଣ ଜଣେ ମଣିଷ ପାଇଁ ଯଥେଷ୍ଟ। ସାଧାରଣତଃ, ଏକ ଚାହା ଚାମଚ ଲୁଣର ଓଜନ ପାଞ୍ଚ ଗ୍ରାମ୍‌।

publive-image

୨.ଶୀତଦିନେ ସୁରା ଓ ଶର୍କରା ଶରୀର ପାଇଁ କ୍ଷତିକାରକ। ଏହି ଦୁଇଟି ଜିନିଷ ଥଣ୍ଡାରେ ପ୍ରଦାହ ବଢ଼ାଏ, ରୋଗ-ପ୍ରତିରୋଧକ ଶକ୍ତି କମାଏ, ଶ୍ୱେତ ରକ୍ତ କଣିକାଗୁଡ଼ିକୁ ଦୁର୍ବଳ କରିବା ସହ ନାନା ରୋଗର କାରଣ ହୁଏ।

୩.ଘର ଭିତରେ ବାୟୁ ପ୍ରଦୂଷଣ ରୋକିବା ଲାଗି ମହୁମାଛି-ମହମ ବତି ବା ବିଓ୍ଵାକ୍‌ସ କାଣ୍ଡଲ୍‌ ବ୍ୟବହାର କରନ୍ତୁ। ଏହା ଧୀରେଧୀରେ ଜଳେ, ଏଥିରୁ ଧୂଅାଁ ବା ଗନ୍ଧ ବାହାରେନାହିଁ। ଏହା ମାଧ୍ୟମରେ ଘରେ ଥିବା ବାୟୁ ବିଶୁଦ୍ଧ ହୋଇଥାଏ।

୪.ବାରମ୍ବାର ମୂତ୍ରନଳି ସଂକ୍ରମଣ ଭୋଗୁଥିଲେ, ପ୍ରତି ଦିନ ଚାରି-ପାଞ୍ଚ କୋଲା ରସୁଣ ଚୋପା ଛଡ଼ାଇ, ଛେଚି, ଗରମ ପାଣିରେ ଦଶ ମିନିଟ୍‌ ସିଝାଇ, ପିଅନ୍ତୁ।

publive-image

୫.ଓଜନ ବଢ଼ାଇବାକୁ ଚାହୁଁଥିଲେ ପ୍ରତି ଦିନ ସକାଳେ ଓ ରାତିରେ ଏକ ଗ୍ଲାସ୍‌ ଗରମ ଖିରରେ ୩-୫ ଗ୍ରାମ୍‌ ଶତାବରୀ ଓ ଅଶ୍ୱଗନ୍ଧା ଚୂର୍ଣ୍ଣ ଗୋଳାଇ ପିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe