image source-freepik
ଏବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଏବଂ ନିଜର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ଲାଗି ଭିଟାମିନ୍ ସି ଟାବଲେଟ୍ ବା ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦିଆଯାଉଛି। କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି। କମଳାରେ ଉଭୟ ଖଟା ଓ ମିଠା ଅଂଶ ଥାଏ।
କମଳା ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ଖାଇଲେ ଶରୀରର କ୍ଷତି ବି ହୋଇଥାଏ। କମଳାରେ ଫ୍ୟାଟ୍, କୋଲେଷ୍ଟ୍ରଲ୍ ଓ ସୋଡିଅମ୍ ସମାନ ପରିମାଣରେ ଥାଏ। କମଳା ଖାଇଲେ ଆଖି ସୁସ୍ଥ ରହେ,ମାତ୍ର ଅଧିକ ମାତ୍ରାରେ କମଳା ସେବନ କରିଲେ, ଓଜନ ବଢିବା ଓ ମୁଣ୍ଡ କୁଣ୍ଡେଇ ହେବା ସାଙ୍ଗକୁ ମୁଣ୍ଡବ୍ୟଥା ହେବା ଭଳି ସମସ୍ୟା ବି ଉପୁଜିଥାଏ। ଅଧିକ ପରିମାଣର କମଳା ଖାଇଲେ ଦାନ୍ତର କ୍ଷତି ହୋଇଥାଏ। କମଳାରେ ଥିବା ଅମ୍ଳ ଦାନ୍ତଗୁଡିକର ଏନାମଲ୍ରେ ଥିବା କାଲସିଅମ୍ ସହିତ ମିଶିଲେ ଭୂତାଣୁ ଜନିତ ସଂକ୍ରମଣ ଘଟିଥାଏ। ଏହାଫଳରେ ଦାନ୍ତରେ କ୍ୟାଭିଟି ସମେତ ଅନ୍ୟାନ୍ୟ ସମସ୍ୟା ବି ପରିଲକ୍ଷିତ ହୋଇଥାଏ।
 image source-the indian expressଅଧିକ ମାତ୍ରାରେ କମଳା ଖାଇଲେ ଶରୀରର କାର୍ଯ୍ୟ କରିବା କ୍ଷମତା ବି କମ୍ ହୋଇଥାଏ। ଖାଲି ସେତିକି ନୁହେଁ ଅଧିକ କମଳା ଖାଇଲେ ଶରୀରର ଓଜନ ବଢିଥାଏ। ଅଧିକ ଭୋକ ଲାଗିଥାଏ। ମନେ ରଖନ୍ତୁ କେବେ ହେଲେ ଖାଲି ପେଟରେ କମଳା ନ ଖାଇବା ଭଲ , କାରଣ ଏହା ଦ୍ୱାରା ଶରୀରରେ ରକ୍ତ ସୁଗାରର ସ୍ତର ବଢିଥାଏ। ଏଣୁ ରକ୍ତ ସୁଗାରର ସ୍ତରକୁ ସନ୍ତୁଳିତ ରଖିବା ପାଇଁ କମ୍ ମାତ୍ରାରେ କମଳା ଖାଇବା ଉଚିତ।
  
 Follow Us