ଏହି ସବୁ ସରବତରୁ ସକାଳ ଆରମ୍ଭ କଲେ ଭଲରେ କଟିବ ପୂରା ଦିନ

ଏହି ସବୁ ସରବତରୁ ସକାଳ ଆରମ୍ଭ କଲେ ଭଲରେ କଟିବ ପୂରା ଦିନ

IndiaTimes

ଏକ ଭଲ ଦିନର ଆରମ୍ଭ ଏକ ଭଲ ସକାଳରୁ ହିଁ ହୋଇଥାଏ।  ଆପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଆପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ। ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍‌ ଭାବେ ମିଳିପାରେ ନାହିଁ। ସକାଳୁ ଉଠିବା ପରେ ଆମ ଦେହ ଶୁଷ୍କ ହୋଇ ଯାଇଥାଏ। ଶରୀରରେ ଜଳୀୟ ଅଂଶ କମ୍‌ ହୋଇଥାଏ। ଏହି କାରଣରୁ ଆମକୁ ସକାଳ ପାନୀୟ ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଆମକୁ କ’ଣ କ’ଣ କରିବାକୁ ପଡ଼ିଥାଏ।

 ବିଭିନ୍ନ ସ୍ଥାନରେ ଆଖୁ ରସ ବିକ୍ରି ହେଉଥାଏ। ସକାଳ ସମୟରେ ଯଦି ପାରୁଛନ୍ତି ଆଖୁ ରସରୁ ଗୋଟାଏ ଗ୍ଲାସ ପିଅନ୍ତୁ। ଏହା ଶରୀର ପାଇଁ ବେଶ୍‌ ଉପକାରୀ। କେବଳ ଆଖୁ ରସ ନୁହେଁ, ଆପଣ ପଇଡ଼ ମଧ୍ୟ ପିଇପାରିବେ। ଆପଣ ଭାବିିପାରନ୍ତି ଯେ ପଇଡ଼ ହେଉଛି ସକାଳ ସମୟର ସବୁଠାରୁ ଭଲ ପାନୀୟ।

ସକାଳ ସମୟରେ ଲେମ୍ବୁ ପାଣି ପିଇବା ଖୁବ୍ ଉପକାରୀ ହୋଇଥାଏ। ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ। ଲେମ୍ବୁ ପାଣି ପିଇବା ପୂର୍ବରୁ ଆପଣ ସକାଳ ଜଳଖିଆ କରି ସାରିଥିବା ଆବଶ୍ୟକ। ଏହାବ୍ୟତୀତ ବିଟ୍‌, ଗାଜର, ପୋଦିନା ଓ କଲରା ଆଦିର ରସ ମଧ୍ୟ ସକାଳୁ ପିଇବା ଅତ୍ୟନ୍ତ ଭଲ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe