ଏହିସବୁ ଖାଦ୍ୟ ପେଟ ପାଇଁ ବିଷ ସାବ୍ୟସ୍ତ ହୋଇଥାଏ

Advertisment
ଏହିସବୁ ଖାଦ୍ୟ ପେଟ ପାଇଁ ବିଷ ସାବ୍ୟସ୍ତ ହୋଇଥାଏ

ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବାକୁ ହେଲେ ପେଟକୁ ସୁସ୍ଥ ରଖିବାକୁ ହେବ। ଏଥିପାଇଁ ଆମର ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ।

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଏମିତି ୫ଟି ଖାଦ୍ୟ ରହିଛି। ଯାହା ଆମ ପେଟ ପାଇଁ ହାନିକାରଣ ହୋଇଥାଏ। ସାଧାରଣରେ କହିବାକୁ ଗଲେ ଉକ୍ତ ଖାଦ୍ୟ ପେଟ ପାଇଁ ବିଷ।

ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଥିଲେ ଆପଣ ସର୍ବ ପ୍ରଥମେ ଛଣା ହୋଇଥିବା ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ସେହିପରି ଅଧିକ ତେଲଯୁକ୍ତ ଖାଦ୍ୟ ଆମର ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ପେଟରେ ଚର୍ବି ବୃଦ୍ଧିରେ ବି ସହାୟକ ହୋଇଥାଏ।

ଏହି କ୍ରମରେ ଯେଉଁମାନେ ଚିନିର ବ୍ୟବହାର ଖାଦ୍ୟରେ କରୁଛନ୍ତି। ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ। କାରଣ ଚିନ ଆମ ପେଟ ପାଇଁ କ୍ଷତିକାରକ ହୋଇଥାଏ। ଏଥିସହିତ ଏହା ଆମ ପେଟରେ ଥିବା ଭଲ ବ୍ୟାକଟେରିଆକୁ ନଷ୍ଟ କରି ଦେଇଥାଏ।

ସେହିପରି ଅଧିକ ଲୁଣ ଖାଇବା ବା ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏହା ଆମ ପେଟକୁ ହାନି ପହଞ୍ଚାଇଥା୍ଏ।

ଆଜିକାଲି ପେଟ ରୋଗ ସମସ୍ୟା ବୃଦ୍ଧି ପାଇଲାଣି। ତେଣୁ ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ବାହାର ଖାଦ୍ୟକୁ ସମ୍ପୂର୍ଣ୍ଣ ଭାବେ ନା କହି ଦିଅନ୍ତି। ଯେତିକି ହୋଇ ପାରୁଛି ଘରେ ଭଲ ତେଲରେ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ପିଅନ୍ତୁ।

ଅତ୍ୟଧିକ କୋଲ୍ଡ-ଡ୍ରିଙ୍ଗ ଓ ମଦ ବି ସ୍ବାସ୍ଥ୍ୟପକ୍ଷେ କ୍ଷତି କାରଣ। ଏହା ଆମର ଲିଭରକୁ ବି କ୍ଷତି ପହଞ୍ଚାଇଥାଏ। ତେ‌ବେ ଏସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ତେବେ ଉପରୋକ୍ତ ତଥ୍ୟ ସହିତ ଆପଣ ଡାକ୍ତରଙ୍କ ପରାମର୍ଶରେ ନିଜର ଖାଦ୍ୟ ତାଲିକା ପ୍ରସ୍ତୁତ କରି ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe