ସୁସ୍ଥ ପାଟି, ସୁସ୍ଥ ଶରୀରର ସଂକେତ

Advertisment

ମୁଖଗହ୍ବରର ଯତ୍ନ ନ ନେଲେ ଦାନ୍ତକ୍ଷୟ, ଜିଭରେ ଆସ୍ତରଣ ଜମିବା, ପାଟିରେ ଜୀବାଣୁ ବୃଦ୍ଧି, ସାଇନସ୍ ସଂକ୍ରମଣ, ମୁଖ ଦୁର୍ଗନ୍ଧ, ମାଢ଼ି ସଂକ୍ରମଣ ଏବଂ ଖାଇବା କ୍ଷମତାରେ ହ୍ରାସ, ପୁଷ୍ଟି ହ୍ରାସ, ମୁହଁର ରୂପ ପରିବର୍ତ୍ତନ ଓ ଦ୍ରୁତ ବାର୍ଦ୍ଧକ୍ୟ ପ୍ରକ୍ରିୟା ଆଦି ଦେଖାଯାଇଥାଏ। 

fsfsxcxc

 ମୁଖଗହ୍ବରର ଯତ୍ନ କାହିଁକି ଜରୁରି?
ମୁଖଗହ୍ବରର ଯତ୍ନ ନ ନେଲେ ଦାନ୍ତକ୍ଷୟ, ଜିଭରେ ଆସ୍ତରଣ ଜମିବା, ପାଟିରେ ଜୀବାଣୁ ବୃଦ୍ଧି, ସାଇନସ୍ ସଂକ୍ରମଣ, ମୁଖ ଦୁର୍ଗନ୍ଧ, ମାଢ଼ି ସଂକ୍ରମଣ ଏବଂ ଖାଇବା କ୍ଷମତାରେ ହ୍ରାସ, ପୁଷ୍ଟି ହ୍ରାସ, ମୁହଁର ରୂପ ପରିବର୍ତ୍ତନ ଓ ଦ୍ରୁତ ବାର୍ଦ୍ଧକ୍ୟ ପ୍ରକ୍ରିୟା ଆଦି ଦେଖାଯାଇଥାଏ। 
 ମୁଖଗହ୍ବର ଯତ୍ନ କିଭଳି ନେବା ଉଚିତ?
ନିୟମିତ ଦାନ୍ତ ଘଷିବା ହେଉଛି ମୌଳିକ ସ୍ୱଚ୍ଛତା ଦିଗରେ ସର୍ବପ୍ରଥମ ପଦକ୍ଷେପ। ପ୍ରତିଦିନ ସକାଳୁ ଓ ରାତିରେ ବ୍ରସ୍‌ କରିବା, ତା’ପରେ ଜିଭ ସଫା କରିବା ଓ ଶେଷରେ ପାଣିରେ ଭଲଭାବେ କୁଳି କରି ପାଟି ଭିତର ଧୋଇବା ଉଚିତ। ନବଜାତ ଶିଶୁର ପ୍ରଥମ ଦାନ୍ତ ଦେଖାଯିବା ପରେ ୮ ମାସ ବୟସରୁ ପ୍ରତ୍ୟହ ଦାନ୍ତ ଘଷିବା ଆରମ୍ଭ କରାଯାଇପାରିବ।
 କେଉଁଭଳି ବ୍ରସ୍‌ ପାଟି ପାଇଁ ଉପଯୁକ୍ତ?
ବ୍ରିଷ୍ଟଲ୍‌ କିମ୍ବା ମଧ୍ୟମ-ବ୍ରିଷ୍ଟଲ୍‌ ଟୁଥବ୍ରସ୍‌ ଯେକୌଣସି ବୟସ ବର୍ଗ ପାଇଁ ଆଦର୍ଶ ପସନ୍ଦ ହୋଇପାରେ। ଦାନ୍ତ ଘଷିବା କୌଶଳ ଭଳି ଦାନ୍ତ ଘଷା ପେଷ୍ଟ୍‌ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଏ ବ୍ୟାପାରରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ବିଧେୟ।
 ଜିଭ ସଫା କରିବା କାହିଁକି ଜରୁରି?
ଜିଭର ରୁକ୍ଷ ପୃଷ୍ଠ ଅନେକ ଜୀବାଣୁ ଓ ଖାଦ୍ୟକଣିକାକୁ ଆଶ୍ରୟ ଦେଇଥାଏ, ଯାହା ଦ୍ବାରା ଖାଦ୍ୟ ସହ ଜୀବାଣୁ ପେଟ ଭିତରକୁ ଯିବାର ଆଶଙ୍କା ଥାଏ। ପ୍ଲାଷ୍ଟିକ୍ କିମ୍ବା ଧାତବ ଜିଭ ‌ଛେଲାରେ ଜିଭ ନିୟମିତ ସଫା କରିବା ଦ୍ବାରା ଜିଭ ଜୀବାଣୁ ମୁକ୍ତ ହୋଇଥାଏ। ଜିଭ ସଫା କରିବା ପାଇଁ ବ୍ରସ୍‌ର ପଛପଟ ବ୍ୟବହାର କରିବା ଅନୁଚିତ।
 ମାଉଥ୍‌ ୱାସ୍‌ ବ୍ୟବହାର ମୁଖଗହ୍ବର ପାଇଁ ଉପକାରୀ କି?
ବଡ଼ମାନେ ମୁଖ ଗହ୍ବରର ସ୍ବଚ୍ଛତା ଲାଗି ମାଉଥ୍‌ ୱାସ୍‌ ବ୍ୟବହାର କରିପାରିବେ। ଏହା ମୁଖ ଦୁର୍ଗନ୍ଧ ବି ଦୂର କରିଥାଏ। କିନ୍ତୁ ଛୋଟ ପିଲାମାନଙ୍କ ପାଇଁ ମାଉଥ୍ ୱାସ୍‌ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବା ଉଚିତ ନୁହେଁ। କାରଣ ଏହା ପାଟି ଭିତରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ କ୍ଷତି ପହଞ୍ଚାଇପାରେ। ସାଧାରଣ ଭାବେ ପାଣିରେ ଲୁଣ ମିଶାଇ କୁଳି କରିବା ଦ୍ବାରା ପାଟି ଅଧିକ ସଫା ରହିଥାଏ ଓ ଉପକାର ମିଳିଥାଏ। ମନେରଖନ୍ତୁ, ଏକ ସୁସ୍ଥ ପାଟି ହେଉଛି ସୁସ୍ଥ ଶରୀରର ସଂକେତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe