ଦୈନନ୍ଦିନ ଖାଦ୍ୟରେ ଏହାକୁ ଗୁରୁତ୍ବ ଦେଲେ ଦୂର ହେବ ହୃଦ୍‌ଘାତ ସମସ୍ୟା

Advertisment
ଦୈନନ୍ଦିନ ଖାଦ୍ୟରେ ଏହାକୁ ଗୁରୁତ୍ବ ଦେଲେ ଦୂର ହେବ ହୃଦ୍‌ଘାତ ସମସ୍ୟା

Intermountain Healthcare

ହୃଦ୍‌ଘାତ ଆଜିକାଲିକା ସମୟ ପାଇଁ ଏକ ସାଧାରଣ କଥା। ଅନେକ ଲୋକଙ୍କର ଏହି ସମସ୍ୟାରେ ପ୍ରାଣହାନୀ ଘଟୁଛି। ଏହା ନିୟନ୍ତ୍ରଣାଧୀନ ନହେ‌ଲେ ନିମିଷକରେ ଜୀବନ ଚାଲି ଯାଇପାରେ। ବିଶେଷ କରି ଖାଇବା ପିଇବାରେ ଅବ‌ହେଳା ହେତୁ ହୃଦ୍‌ଘାତ ହୋଇଥାଏ। ନିଜର ଠିକ୍‌ ଭାବେ ଯତ୍ନ ନେଲେ ଆପଣ ନିଜକୁ ହୃଦ୍‌ଘାତଠାରୁ ଦୂରେଇ ରଖିପାରିବେ।

ଦୈନନ୍ଦିନ କାବ୍ରୋହାଇଡ୍ରେଟ୍‌ସ, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌ ଏବଂ ଫାଇବର୍‌ ଯୁକ୍ତ କିଛି ନା କିଛି ଖାଦ୍ୟ ଖାଆନ୍ତୁ। ଯଦି ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ପ୍ରୋଟିନ୍‌ ଖାଇବା ଟିକେ କମ୍‌ କଲେ ଚଳିବ। ମାତ୍ରାଧିକ ଓଜନ ମଧ୍ୟ ହୃଦ୍‌ଘାତର କାରଣ ହୋଇଥାଏ। ପ୍ରଚୁର ପରିମାଣର ଫଳ ଓ ସବୁଜ ପରିବା ଖାଆନ୍ତୁ। ବିଶେଷ କରି ଶାଗ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ବାଦାମ ଓ ବିଭିନ୍ନ ପ୍ରକାରର ମଞ୍ଜି ଖାଦ୍ୟରେ ସାମିଲ୍‌ କରନ୍ତୁ। ଶସ୍ୟ ଜାତୀୟ ଖାଦ୍ୟ ଓ ମାଛ ଖାଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାଏ। ଜଣେ ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ହୃଦ୍‌ଘାତ କବଳିତ କରିପାରେ ନାହିଁ। ବିଶେଷ କରି ଘରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ବାହାର ଖାଦ୍ୟ ଯେତେ ନଖାଇବେ ସେତେ ଭଲ। ମନେ ରଖନ୍ତୁ ଆପଣଙ୍କର ଯଦି ସିଗାରେଟ୍‌ କିମ୍ବା ମଦ୍ୟପାନର ଅଭ୍ୟାସ ଅଛି ତେବେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବାକୁ ପଡ଼ିବ। ଏସବୁ ମାନିବା ଦ୍ୱାରା ହୃଦ୍‌ଘାତକୁ ଏଡ଼ାଇ ଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe