ବୟସ ଅନୁସାରେ ଓଜନ ଅଧିକ ହେବା ଶିଶୁଙ୍କ ଯକୃତ ପାଇଁ କ୍ଷତିକାରକ

Advertisment
ବୟସ ଅନୁସାରେ ଓଜନ ଅଧିକ ହେବା ଶିଶୁଙ୍କ ଯକୃତ ପାଇଁ କ୍ଷତିକାରକ

ଶିଶୁ ଅଧିକ ମୋଟା କିଂବା ବୟସ ଅନୁସାରେ ଓଜନ ଅଧିକ ହେବା, ଯକୃତ୍‌ ପାଇଁ ଭଲ ନୁହେଁ। ମୋଟା ପିଲାଙ୍କ ଯକୃତ୍‌ରେ ମେଦ ଜମିବା ଏବଂ କ୍ରମେ ତାହା ଯକୃତ୍‌କୁ ଅକାମୀ କରିଦେବା ଭଳି ବିପଦ ଆଶଙ୍କା ଥିବା କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷକମାନେ ସତର୍କ କରାଇଛନ୍ତି। ଏମାନଙ୍କ ମତରେ, ସାଧାରଣତଃ ତିନି ବର୍ଷ ବୟସରୁ ଅଣ୍ଟାରେ ଚର୍ବି ଜମିବା ଆରମ୍ଭ ହୁଏ ଏବଂ ଆଠ ବର୍ଷ ବୟସ ବେଳକୁ ଫ୍ୟାଟି ଲିଭର୍‌ ସମସ୍ୟା ଦେଖାଯାଏ। ଅଧିକ ଚର୍ବି ଜମିବା ଦ୍ୱାରା ଯକୃତ୍‌ ଫୁଲି, ଅକାମୀ ହୋଇପଡ଼େ।

ଯକୃତ୍‌ ରୋଗର କାରଣ ଜାଣିବା ଲାଗି ଉଭୟ ମୋଟା ଓ ସାଧାରଣ ଓଜନର ତଥା ତିନିରୁ ଆଠ ବର୍ଷ ବୟସର ୬୩୫ ଜଣ ଶିଶୁଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ମୋଟା ପିଲାଙ୍କ ମଧ୍ୟରୁ ୩୫ ପ୍ରତିଶତ ଯକୃତ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଲା। ବୟସ ଓ ଉଚ୍ଚତା ଅନୁସାରେ ଶିଶୁର ଓଜନ ଠିକ୍‌ ରହିଲେ ବିପଦ ଆଶଙ୍କା କମେ। ଏ ବାବଦରେ ବିସ୍ତତ ରିପୋଟ୍‌ର୍ ‘ଜର୍ନାଲ୍‌ ପେଡିଆଟ୍ରିକ୍‌ସ’ରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe