ଦୈନିକ ଚାରି କପ୍‌ କଫି ପିଇବା ଶରୀରପାଇଁ ଭଲ, ଜାଣନ୍ତୁ କିପରି ?

Advertisment
ଦୈନିକ ଚାରି କପ୍‌ କଫି ପିଇବା ଶରୀରପାଇଁ ଭଲ, ଜାଣନ୍ତୁ କିପରି ?

ଆପଣମାନଙ୍କ ଭିତରୁ ଏମିତି ଅନେକ ଲୋକ ଅଛନ୍ତି,ଯେଉଁମାନେ ପ୍ରତିଦିନ କଫି ସେବନ କରିଥାନ୍ତି। କଫି ପିଇବାକୁ ନେଇ ନିକଟରେ ଏକ ଗବେଷଣା କରାଯାଇଥିଲା। ଏଥିରେ ଗବେଷକମାନେ ଜଣାଇଛନ୍ତି ଯେ,ପ୍ରତିଦିନ ଯଦି ଆପଣ ଚାରି କପ୍‌ କଫି ପିଇବେ,ତେବେ ଆପଣଙ୍କ ଶରୀରରେ ତ୍ୱଚା ରୋଗ ହେବାର ଆଶଙ୍କା ୨୦ ପ୍ରତିଶତ ହ୍ରାସ ପାଇଥାଏ। ଯେଉଁମାନେ ଦୈନିକ ଏକ କପ୍‌ କଫି ପିଇଥାନ୍ତି, ସେମାନଙ୍କ ସହ ଏହାର ତୁଳନା କରାଯାଇ ଏହି ତଥ୍ୟ ପ୍ରଦାନ କରାଯାଇଛି।
ବ୍ରାଉନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ରୋଡେ ଆଇସଲାଣ୍ଡ୍‌ଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ଗବେଷଣା କରିଥିଲେ। ସେ କହିଛନ୍ତି ଯେ,କଫିରେ ଅଣ ଉତ୍ତେଜକ ତତ୍ତ୍ୱ ଥିବା ହେତୁ ଏଭଳି ଘଟିଥାଏ। ଅଧିକ କଫି ପିଇଲେ ହୃଦ୍‌ରୋଗ,କର୍କଟ,ମଧୁମେହ ଓ ମାନସିକ ଅବସାଦ ଭଳି ରୋଗ ହେବାର ଆଶଙ୍କା ବି କମ୍‌ ହୋଇଥାଏ ବୋଲି ଏହି ଗବେଷଣାରେ କୁହାଯାଉଛି।

publive-image

ଅନେକ ସମୟରେ ଚର୍ମ ଲାଲ୍‌ ପଡିଯାଇଥାଏ। ଫଳରେ ଯେଉଁ ରୋଗର ଆଶଙ୍କା ଥାଏ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ ନିୟମିତ କଫି ସେବନ ଫଳରେ ବୋଲି ଗବେଷକ ସୂଚନା ଦେଇଛନ୍ତି। ଯେଉଁ ମହିଳାମାନେ ଦୈନିକ ଚାରି କପ୍‌ ବା ତା’ଠାରୁ ଅଧିକ ମାତ୍ରାରେ କଫି ପିଅନ୍ତି,ସେମାନଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ପ୍ରାୟତଃ ନାହିଁ। ଏହି ଗବେଷଣା ସନ୍ଦର୍ଭଟି ଜର୍ଣ୍ଣାଲ୍‌ ଅଫ୍‌ ଦି ଆମେରିକାନ୍‌ ମେଡିକାଲ୍‌ ଆସୋସିଏସନ୍‌ ଡର୍ମାଟୋଲୋଜିରେ ପ୍ରକାଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe