ଖଜୁରୀରେ ରହିଛି ଅନେକ ଗୁଣ; ଦୈନିକ ଖାଇବା ଦ୍ୱାରା ଦୂର ହୁଏ ଏହି ସବୁ ସମସ୍ୟା

ଖଜୁରୀରେ ରହିଛି ଅନେକ ଗୁଣ; ଦୈନିକ ଖାଇବା ଦ୍ୱାରା ଦୂର ହୁଏ ଏହି ସବୁ ସମସ୍ୟା

ଡାକ୍ତରମାନେ କହନ୍ତି ଯେ ଖଜୁରୀରେ ଏମିତି ଅନେକ ଗୁଣ ରହିଛି ଯାହାକୁ ଗୁଡ଼ାଏ ସମସ୍ୟାକୁ ଦୂରେଇ ଦେଇପାରେ। ଆପଣ ଦୈନିକ ଅତି କମ୍‌ରେ ୧୦ଟି ଖଜୁରୀ ଖାଇଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଏହା କୋଲେଷ୍ଟ୍ରୋଲ୍‌ ଫ୍ରି ହୋଇଥିବାରୁ ଏହାକୁ ଯେତେ ଖାଇଲେ ବି ଶରୀରରେ ଚର୍ବି ଜମେ ନାହିଁ। ଏଥିରେ ମିଠା ଭାଗ ଥିଲେ ବି ତାହା ଶରୀର ପାଇଁ ଆଦୌ କ୍ଷତିକାରକ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି।

ଖଜୁରୀରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ଏହାକୁ ଖାଇବା ଦ୍ୱାରା କେଶ ଝଡ଼ିବା, ଆଖି ତଳ କଳା ପଡ଼ିବା ଆଦି ସମସ୍ୟା ଦୂର ହୋଇଥାଏ।

ଏଥିରେ ଭିଟାମିନ୍‌ ବି୧, ବି୨, ବି୩ ଏବଂ ବି୫ ଆଦି ଭିଟାମିନ୍‌ ରହିଛି। ଏହାର ଅର୍ଥ ହେଉଛି ଦିନକୁ ୧୦ଟି ଖଜୁରୀ ଖାଇବା ଦ୍ୱାରା ଶରୀରକୁ ପ୍ରଚୁରର ପରିମାଣର ଭିଟାମିନ ମିଳିଥାଏ।

publive-image

ଏହା ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ। ଆପଣ ଏହାକୁ ନିଜ ବ୍ୟାଗ୍‌ରେ ରଖି ଅଫିସ୍‌ କିମ୍ବା ଯାତ୍ରା ସମୟରେ ଖାଇପାରନ୍ତି।

ଏଥିରେ ପ୍ରଚୁର ପରିମାଣର ପଟାସିୟମ ସହିତ ସୋଡିୟମ୍‌ ଭାଗ କମ୍‌ ରହିଥାଏ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟ ହେବ।

ଖଜୁରୀରେ ପ୍ରଚୁର ପରିମାଣର ଆଇରନ୍‌ ଭାଗ ବି ରହିଛି। ଯେଉଁମାନଙ୍କ ଶରୀରରେ ଆଇରନ୍‌ କମ୍‌ ଅଛି ସେମାନେ ଖଜୁରୀ ଖାଇ ଶରୀର ସନ୍ତୁଳନ ରକ୍ଷା କରିପାରିବେ।

ଏହା ଚର୍ବି ଲଗା ନାହିଁ ସତ ମାତ୍ର ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଏହା ରକ୍ତଚାପକୁ ଆୟତ୍ତରେ ରଖେ। ପେଟ ସମସ୍ୟା ଦୂର କରେ।

ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଥିବାରୁ ଶରୀରକୁ ଯୁବା ରଖିବା ସହ ମୁଖମଣ୍ଡଳର ଉଜ୍ଜ୍ୱଳତା ବଢ଼ାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe