କୋଭିଡ୍‌କୁ ହରାଇବ ହିମାଳୟ ଗୁଳ୍ମ ବୁରାଂଶ

କୋଭିଡ୍‌କୁ ହରାଇବ ହିମାଳୟ ଗୁଳ୍ମ ବୁରାଂଶ

ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଅଦ୍ୟାବଧି କୌଣସି ପ୍ରମାଣସିଦ୍ଧ ଔଷଧ ବାହାରିନଥିବା ବେଳେ କେବଳ ଏହାର ଅତିଶୟତାକୁ ହାଲକା କରିବା ପାଇଁ କିଛି ଟିକାର ପ୍ରଚାର ଓ ପ୍ରସାର କରାଯାଉଛି। ତେବେ ଏ ଦିଗରେ ଏକ ଯୁଗାନ୍ତକାରୀ ସମାଧାନର ଦ୍ବାରଦେଶରେ ପହଞ୍ଚିଛନ୍ତି ହିମାଚଳପ୍ରଦେଶ ଆଇଆଇଟି ଓ ଆନ୍ତର୍ଜାତିକ ପ୍ରଜନନ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ। ହିମାଳୟରେ ଉପଲବ୍‌ଧ ରୋଡୋଡେଣ୍ଡ୍ରମ୍‌ ଆର୍ବୋରିଅମ୍‌ ନାମକ ଉଦ୍ଭିଦରେ ସେମାନେ ଆବିଷ୍କାର କରିଥିବା ଏକ ପ୍ରକାର ଭୂତାଣୁ ବିରୋଧୀ ରାସାୟନିକ ପଦାର୍ଥ(ଫାଇଟୋକେମିକାଲ) କୋଭିଡ୍‌-୧୯ରୁ ସଂପୂର୍ଣ୍ଣ ଆରୋଗ୍ୟଲାଭ ପାଇଁ ସଫଳ ସାବ୍ୟସ୍ତ ହେବ ବୋଲି ସେମାନେ ନିକଟ ଅତୀତରେ ଦାବି କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ‘ବୁରାଂଶ’ ନାମରେ ପରିଚିତ ଉକ୍ତ ଉଦ୍ଭିଦର ବିଶେଷ କରି ପାଖୁଡ଼ାରେ ରହିଥିବା ଏହି ଫାଇଟୋକେମିକାଲ୍‌ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ସଂକ୍ରମଣ ବିରୋଧରେ ଉତ୍ତମ କାମ ଦେଉଥିବା ସେମାନେ ଲକ୍ଷ୍ୟ କରିଛନ୍ତି। କୋଭିଡ୍‌-୧୯ ଆବିର୍ଭାବ ପରଠାରୁ ଦୀର୍ଘ ଦୁଇବର୍ଷ ହେଲା ସେମାନେ ଉକ୍ତ ମହାମାରୀ ଭୂତାଣୁର କାର୍ଯ୍ୟଶୈଳୀ ଏବଂ ଏହାର ସଂକ୍ରମଣ ପ୍ରତିରୋଧୀ ବିକଳ୍ପ ପ୍ରକ୍ରିୟା ଉପରେ ଗବେଷଣା ଜାରି ରଖିଥିଲେ। ଅପରପକ୍ଷେ, ହିମାଳୟ ଉପତ୍ୟକାର ସ୍ଥାନୀୟ ଅଞ୍ଚଳବାସୀ ଏହି ବୁରାଂଶ ଉଦ୍ଭିଦକୁ ଭିନ୍ନ ଭିନ୍ନ ରୂପରେ ବିଭିନ୍ନ ସ୍ବାସ୍ଥ୍ୟସମସ୍ୟାର ସମାଧାନ ପାଇଁ ବ୍ୟବହାର କରି ଆସୁଛନ୍ତି। ନାନା ପରୀକ୍ଷା ନିରୀକ୍ଷା ପରେ ଏହି ଗବେଷକ ଦଳ ବୁରାଂଶ ପାଖୁଡ଼ାର ଉଦ୍ଧୃତାଂଶ କରୋନାଭୂତାଣୁ ମାରିବାରେ ସଫଳ ହୋଇଥିବା ନିଶ୍ଚିତ ହୋଇଛନ୍ତି। ତେବେ ଆଗକୁ ଏହା କିପରି ଔଷଧ ଆକାରରେ ମିଳିପାରିବ ସେ ଦିଗରେ ସେମାନେ ଗବେଷଣା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe