ନପୁଂସତାରୁ ନେଇ କର୍କଟ ଦୂର କରୁଛି ‘ହିମାଲୟାନ୍‌ ଭାଏଗ୍ରା’; ସୁନାକୁ ଟକ୍କର ଦେବା ପରି ଏହି କୀଟର ଦର

Advertisment
ନପୁଂସତାରୁ ନେଇ କର୍କଟ ଦୂର କରୁଛି ‘ହିମାଲୟାନ୍‌ ଭାଏଗ୍ରା’; ସୁନାକୁ ଟକ୍କର ଦେବା ପରି ଏହି କୀଟର ଦର

‘ୟର୍ଚାଗୁମ୍ବା’, ଯାହାକୁ ‘ହିମାଲୟାନ୍‌ ଭାଏଗ୍ରା’ ନାମରେ ବି ଜଣାଯାଏ; ଏହି କୀଟଟି ନପୁଂସକତାର ଚିକିତ୍ସା ପାଇଁ ଖୁବ୍ ଉପଯୋଗୀ ବୋଲି ନିକଟରେ ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ଏହା ସୁନାଠାରୁ ବି ବେଶି ମୂଲ୍ୟବାନ। ଏସିଆ ମହାଦେଶରେ ଏହାକୁ ଆଶ୍ଚର୍ଯ୍ୟଜନକ ଔଷଧ ଭାବେ ବ୍ୟବହାର କରାଯାଉଛି। କାହିଁ କେତେ ବର୍ଷ ହେବ ନେପାଳ ଓ ଚୀନର ଲୋକେ ଏହି କୀଟକୁ ହତ୍ୟା କରି ଔଷଧ ଭାବେ ବ୍ୟବହାର କରୁଛନ୍ତି।

ଯଦିଓ ବୈଜ୍ଞାନିକ ଗବେଷଣାରେ ଏହା ଏକ ଔଷଧ ବୋଲି ସାବ୍ୟସ୍ତ ହୋଇନାହିଁ, ତଥାପି ଲୋକେ ବିଶ୍ୱାସ କରୁଛନ୍ତି ଯେ ‘ୟର୍ଚାଗୁମ୍ବା’ରୁ ଟିକିଏ ଚା’ କିମ୍ବା କୌଣସି ଖାଦ୍ୟରେ ମିଶାଇ ଖାଇବା ଦ୍ୱାରା ନପୁଂସକରୁ ନେଇ କର୍କଟ ରୋଗ ପର୍ଯ୍ୟନ୍ତ ଭଲ ହୋଇଥାଏ।

publive-image

ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନ୍ସର ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଏହା ଦୁନିଆର ସବୁଠାରୁ ମୂଲ୍ୟବାନ ଔଷଧୀୟ କୀଟ ଭିତରୁ ଗୋଟିଏ। ଗତ ଦଶ ବର୍ଷ ମଧ୍ୟରେ ‘ହିମାଲୟାନ୍‌ ଭାଏଗ୍ରା’ର ଲୋକପ୍ରିୟତା ବଢ଼ିଛି ଓ ବିକ୍ରୟ ଦର ବି ବୃଦ୍ଧି ପାଇଛି। ଏହା ବେଜିଂରେ ସୁନା ଦରର ତିନି ଗୁଣ ଦରରେ ବିକ୍ରି ହେଉଛି।

ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ହେଲେ ଏହାର ବଂଶ ବିଲୋପ ହେବାକୁ ଲାଗେ। ଏହି କୀଟ ଜିଇ ରହିବା ପାଇଁ ସ୍ୱତନ୍ତ୍ର ଜଳବାୟୁ ଉପରେ ନିର୍ଭର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe