ବିନା ଖର୍ଚ୍ଚରେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ! ଚମକିବେ ଆପଣ !

Advertisment
ବିନା ଖର୍ଚ୍ଚରେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ! ଚମକିବେ ଆପଣ !

Her Campus

ସାଧାରଣତଃ ମହିଳାମାନଙ୍କର ତ୍ୱଚା ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ। କିଭଳି ଭାବରେ ତ୍ୱଚାର ଯତ୍ନ ନିଆଯାଇପାରିବ ସେ ନେଇ ସେମାନେ ବିୟ୍ୟୁଟସିଆନ୍‌ ବା ମହଙ୍ଗା ପାର୍ଲରର ଚକ୍କର ମଧ୍ୟ କାଟନ୍ତି। ଆଜି ଆମେ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏଭଳି କେତୋଟି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାକୁ ଆପଣମାନେ ଘରେ ବସି ପ୍ରୟୋଗ କରିପାରିବେ।

୧- ଗାଜର ଏବଂ ମହୁର: ଆପଣ ୨ଟି ଗାଜରକୁ ପେଷ୍ଟ୍‍ କରି ସେଥିରେ ଏକ ଚାମଚ ମହୁକୁ ମିଶ୍ରଣ କରନ୍ତୁ। ଏହାପରେ ଆପଣ ଉକ୍ତ ମିଶ୍ରଣକୁ ଆପଣଙ୍କ ମୁହଁରେ ଲଗାଇ କରି ୧୫ ମିନିଟ୍‌ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ରହିଥିବା ଅଧିକ ପରିମାଣର ତୈଳାଂଶ ବାହାରିଯାଇଥାଏ।ଏହା ଆପଣଙ୍କୁ ବ୍ରଣ ଏବଂ ଦାଗ ଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେବା ସହ ତ୍ୱଚାର ରଂଗକୁ ସଫା କରିଥାଏ।

୨-ଦହି ଏବଂ ଆଳୁ : ଏକ ଏକ ଚାମଚ ଆଳୁର ପେଷ୍ଟ୍‍ ଓ ଦହିକୁ ମିଶ୍ରଣ କରି ମୁହଁରେ ଲଗାନ୍ତୁ।୧୫ ମିନିଟ୍‌ ପରେ ମୁହଁକୁ ଧୋଇଦିଅନ୍ତୁ। ଏହି ଉପାୟର ପ୍ରୟୋଗ କରିବା ପରେ ଏହା ଆପଣଙ୍କ ମୁହଁରେ ପ୍ରାକୃତିକ ବ୍ଲିଚ୍‌ ପରି କାର୍ଯ୍ୟ କରିଥାଏ ।ଏଥିସହିତ ଏହା ମୁହଁର ରଂଗକୁ ସଫା କରେ ଏବଂ ତ୍ୱଚାକୁ ମଶ୍ଚରାଇଜ୍‌ ମଧ୍ୟ କରାଏ।

୩-ଟମାଟୋ ବା ବିଲାତି ବାଇଗଣ : ବିଲାତି ବାଇଗଣର ପେଷ୍ଟ୍‍ କରି ଏହାକୁ ଆପଣଙ୍କ ମୁହଁରେ ଲଗାଇ ଦେଇ ୧୦ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହାଦ୍ୱାରା ମୁହଁରେ ଥିବା ବ୍ରଣ ଓ ଦାଗ ଆଦି ଅପସରି ଯିବ। ଏତଦ୍‌ବ୍ୟତୀତ ଏଥିଯୋଗୁଁ ମୁହଁରେ ରହିଥିବା ତୈଳାଂଶ ଏବଂ ଡେଡ୍‍ ସେଲ୍‌ସ ଆଦି ବାହାରକୁ ବାହାରିଯାଇଥାଏ।

୪-ଚାଉଳ,କ୍ଷୀର ଏବଂ ମହୁ :ଗୋଟିଏ ପାତ୍ରରେ ୪ ଚାମଚ ଗରମ ପାଣିରେ ଫୁଟିଥିବା ଚାଉଳର ଭାତ,୧ ଚାମଚ କ୍ଷୀର ଏବଂ ୧ ଚାମଚ ମହୁକୁ ମିଶ୍ରଣ କରି ମୁହଁରେ ଲଗାଇଦିଅନ୍ତୁ। ଏହାପରେ ଉକ୍ତ ପେଷ୍ଟ୍‍ଟି ଶୁଖିଗଲା ପରେ ଆପଣ ଏହାକୁ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ ଦାଗ ଆଦି ଲିଭିଯିବ।

୫-କଦଳୀ ଏବଂ ମହୁ : ଗୋଟିଏ ପାଚିଲା କଦଳୀ ନେଇ ,ସେଥିରେ ୧/୪ ଚାମଚ ଦହି ଏବଂ ୨ ଚାମଚ ମହୁକୁ ମିଶ୍ରଣ କରି ଆପଣଙ୍କ ମୁହଁରେ ଲଗାନ୍ତୁ। ଏହାପରେ ଆପଣ ୨୦ ମିନିଟ୍‌ ପରେ ଥଣ୍ଡା ପାଣି ସାହାଯ୍ୟରେ ମୁହଁ ଧୋଇଦିଅନ୍ତୁ। ଦେଖିବେ ଏହି ଉପାୟକୁ ପ୍ରୟୋଗ କରିବା ପରେ ଆପଣଙ୍କ ତ୍ୱଚା ମଶ୍ଚରାଇଜ୍‌ ହେବା ସହିତ ଗୋରା ଓ ଚମକଦାର ଲାଗିବ, ଯାହାକି ଆପଣଙ୍କୁ ଏକ ୟଙ୍ଗ୍‌ ଲୁଗ୍‌ ଯୋଗାଇବ।

୬- ଦହି: ୨ ଚାମଚ ଦହିକୁ ଆପଣ ଆପଣଙ୍କ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହା ଆପଣଙ୍କ ଚେହେରାକୁ ଗୋରା କରିବା ସହିତ ୟଙ୍ଗ୍‌ ଲୁକ୍‌ ମଧ୍ୟ ଦେବ।

୭-ମସୁର ଡ଼ାଲି ଏବଂ କ୍ଷୀର: ୫ ଚାମଚ ଭିଜା ଯାଇଥିବା ମସୁର ଡ଼ାଲିର ପେଷ୍ଟ୍‍ ସହିତ ଆପଣ ୫ ଚାମଚ କଞ୍ଚା କ୍ଷୀରକୁ ମିଶ୍ରଣ କରିଆପଣଙ୍କ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଆପଣ ଏହାକୁ ଥଣ୍ଡାପାଣି ସାହାଯ୍ୟରେ ଧୋଇଦିଅନ୍ତୁ। ଏହାଦ୍ୱାରା ଟ୍ୟାନ ଦୂର ହୁଏ। ତ୍ୱଚା ଟାଇଟ୍‌ ରହିବ ଏବଂ ଏହା ତ୍ୱଚା ଲୋଚାକୋଚା ହେବାଠୁ ମଧ୍ୟ ଦୂରେଇ ରହିବ।

-ପେସ୍ତା ବାଦାମ, ଲେମ୍ବୁ ଏବଂ ମହୁ : ଆପଣ ଏକ ପାତ୍ରରେ ଏକ ଚାମଚ ପେସ୍ତା ବାଦାମର ପେଷ୍ଟ୍‍ ନେଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ମହୁକୁ ମିଶ୍ରଣ କରି ଆପଣଙ୍କ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହା ତ୍ୱଚାର ଗଠନକୁ ସୁଧାରିବାରେ ସହାଯ୍ୟ କରେ। ଏହାସହିତ ତ୍ୱଚାର ରଂଗ ସଫା ହେବା ସହ ଦାଗକୁ ମଧ୍ୟ ଦୂରାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe