ରାତିରେ ନିଦ ହେଉନାହିଁ କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ରାତିରେ ନିଦ ହେଉନାହିଁ କି? ଆପଣାନ୍ତୁ ଏହି ସବୁ ଉପାୟ

Harvard Gazette - Harvard University

ନିଦ୍ରାହୀନତା ଆଜିକାଲିର ଏକ ସାଧାରଣ ସମସ୍ୟା। ଏମିତି ଅନେକ ଜଣ ଅଛନ୍ତି ଯିଏକି ଦୀର୍ଘ ସମୟ ଧରି ବିଛଣାରେ ପଡ଼ି ରହିଲେ ମଧ୍ୟ ସେମାନଙ୍କୁ ନିଦ ହୋଇନଥାଏ। ନିଦ୍ରାହୀନତାର ଗୁଡ଼ାଏ କାରଣ ରହିଛି। ମନ ବିଶାଦଗସ୍ତ ରହିଲେ ଭଲ ନିଦ ହୁଏ ନାହିଁ। କେବଳ ସେତିକି ନୁହେଁ, ଅତ୍ୟଧିକ ଦୁଃଖ ପରି ଅତ୍ୟଧିକ ଖୁସି ମଧ୍ୟ ନିଦ୍ରାହୀନତାର କାରଣ ହୋଇଥାଏ। ମନରେ ଗୁଡ଼ାଏ ଆବେଗଭରା କଥା ଚାଲିଲେ ନିଦ ହୁଏ ନାହିଁ।

ଆଜିକ‌ାଲି ନିଦ୍ରାହୀନତାର ପ୍ରଧାନ କାରଣ ବନିଛି ସେଲ୍‌ଫୋନ୍‌। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍‌କୁ ଚାହିଁବା ପରେ ନିଦ ହେବାର ସମ୍ଭାବନା ପ୍ରାୟତଃ ହ୍ରାସ ଘଟିଥାଏ। ଏହି ନିଦ୍ରାହୀନତା ଯଦି ସବୁବ‌େଳେ ଲାଗି ରହେ ତାହାଲେ ଭୟଙ୍କର ରୋଗ ସବୁ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଉପାୟ ଅବଲମ୍ବନ କଲେ ନିଦ୍ରାହୀନତାକୁ ଦୂରେଇ ଦେଇ ହେବ।

publive-image
Art of Living

: ଯୋଗ କରିବା ଦ୍ବାରା ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ନିୟମିତ ଯୋଗ କଲେ ଶରୀର ଥକି ପଡ଼େ। ଶରୀରରେ ଥକାପଣ ରହିଲେ ରାତିରେ ଭଲ ନିଦ ହୋଇଥାଏ।

: ଯୋଗ ପରି ଧ୍ୟାନ ମଧ୍ୟ ନିଦ୍ରାହୀନତାକୁ ଦୂରେଇ ଦେବା‌ରେ ସହାୟ ହୋଇଥାଏ। ସକାଳୁ ଉଠି ଧ୍ୟାନ‌ କଲେ ମନ ଶାନ୍ତ ରହେ। ମନ ଶାନ୍ତ ରହିଲେ ଭଲ ଦିନ ହୁଏ।

: ପ୍ରଚୁର ପାଣି ପିଅନ୍ତୁ। ପାଣି ପିଇବା ଦ୍ବାରା ଅନେକ ସମସ୍ୟାକୁ ଦୂରେଇ ଦେଇ ହୁଏ। ଶରୀରରେ ଉପଯୁକ୍ତ ପରିମାଣର ଜଳୀୟ ଅଂଶ ରହିଲେ ନିଦ୍ରାହୀନତା ପରି ସମସ୍ୟା ହ୍ରାସ ପାଇଥାଏ।

: ରାତିରେ ଗରମ ଖିରରେ ହଳଦୀ ମିଶାଇ ପିଇଲେ ନିଦ୍ରାହୀନତା ପରି ସମସ୍ୟା ଚୁଟ୍‌କିରେ ଦୂରେଇ ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe