ଶୀତଦିନେ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର

Advertisment
ଶୀତଦିନେ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର

Healthline

ଥଣ୍ଡା, ସର୍ଦ୍ଦି ଓ କାଶ ପାଇଁ ଆମେ ସବୁବେଳେ ଡାକ୍ତରୀ ଔଷଧ ଖାଇଥାଉ। ହେଲେ ଏହାକୁ ଖାଇବା ଦ୍ବାରା ବେଳେବେଳେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାର ଆଶଙ୍କା ରହିଥାଏ। ସେଥିପାଇଁ ଘରୋଇ ଉପଚାର କରିବା ଜରୁରୀ। ଖରା ଦିନ ଅପେକ୍ଷା ଶୀତ ଦ‌ି‌ନେ ଅଧିକ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ଭଳି ସମସ୍ୟା ଦେଖାଯାଇଥାଏ। ଏହାର ଉପଚାର ପାଇଁ ବଜାରରେ ମିଳୁଥିବା ଔଷଧ ଖାଇବା ପରିବର୍ତ୍ତେ ଆପଣ ଘରୋଇ ଉପଚାର ଆପଣାଇପାରିବେ।

- କ୍ଷୀର ଓ ଗୋଲମରିଚ: ଏକ ଗିଲାସ ଗରମ କ୍ଷୀରରେ ଟିକିଏ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ରାତିରେ ଶୋଇବା ସମୟରେ ପିଅନ୍ତୁ।

- ଅଦା: ୧୦୦ ଗ୍ରାମ୍‌ ଅଦାର ପେଷ୍ଟ ତିଆରି କରି ଏଥିରେ ୨-୩ ଚାମଚ ମହୁ ମିଶାଇ ଏହି ପେଷ୍ଟ୍‍କୁ ଦୁଇ ଚାମଚ ଲେଖାଏଁ ଦିନକୁ ଦୁଇଥର ଖାଆନ୍ତୁ।

10 foods to help you beat that nagging cold | The Times of India

- ହର୍ବାଲ ଚା’: ଏକ ଗ୍ଲାସ୍‌ ପାଣିରେ ୨-୪ ଟି ଲବଙ୍ଗ, ୨-୪ ଗୋଲମରିଚ ଓ ଛୋଟ ଅଦା ଖଣ୍ଡେ ପକାଇ ଫୁଟାନ୍ତୁ। ଏଥିରେ ୧ ଚାମଚ ଲେମ୍ବୁ ରସ ଓ ୧ ଚାମଚ ମହୁ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ।

- ରସୁଣ: ସକାଳୁ ଉଠିଲା ପରେ ୩-୪ କୁଲା ରସୁଣ ଭଲଭାବେ ଚୋବାଇ ଖାଆନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟିରିୟଲ୍‌ ତତ୍ତ୍ୱ ଥିବାରୁ କଫ ଓ କାଶକୁ ଦୂର କରିବାରେ ଖୁବ୍‌ ସାହାଯ୍ୟ କରିଥାଏ।

- ଅଙ୍ଗୁର ରସ: ଅଙ୍ଗୁର ରସରେ ପ୍ରାକୃତିକ ଏକ୍ସ୍‍ପେକ୍ଟୋରେଣ୍ଟ୍‌ ରହିଛି। ୨ ଚାମଚ ଅଙ୍ଗୁର ରସ ସହ ୨ ଚାମଚ ମହୁ ମିଶାଇ ଦିନକୁ ତିନି ଥର ପିଅନ୍ତୁ।

- ଗାଜର: ଏଥିରେ ଥିବା ଭିଟାମିନ୍‌ ସି ଓ ଆଣ୍ଟିଅକ୍‌ସିଡେଣ୍ଟ୍‌ସ ବେଶ୍‌ ଫାଇଦାଜନକ ହୋଇଥାଏ। ଏକ କପ୍‌ ଗାଜର ରସରେ ୨ ଚାମଚ ମହୁ ମିଶାଇ ଦିନକୁ ୩-୪ ଥର ପିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe