ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର କି? ଆଜିକାଲି ଅନେକଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ। ମାତ୍ରାଧିକ ଭାବେ ଗଣ୍ଠିଗୁଡ଼ିକର ବ୍ୟବହାର ଜନିତ ଚାପ, ବୟସାଧିକ୍ୟ ଓ ଅନ୍ୟ ଶାରୀରିକ ସମସ୍ୟା ହେତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ। ଡାକ୍ତରୀ ପଦ୍ଧତିରେ ଏହାର ଚିକିତ୍ସା ରହିଛି, ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାର ଉପଶମ କରାଯାଇପାରିବ। ଏହି ସବୁ ଉପାୟରେ ହୋଇପାରିବ ଆଣ୍ଠୁଗର୍ଠି ଯନ୍ତ୍ରଣାର ଉପଚାର।
/sambad/media/post_attachments/wp-content/uploads/2018/08/Joint-Pain_Slide_2-1.jpg)
କଡ୍ ମାଛ ତେଲ(କଡ୍ ଲିଭର ଅଏଲ୍): ଏହି ତେଲରେ ଓମେଗା-୩ ଚର୍ବି ବହୁଳ ପରିମାଣରେ ଥାଏ। ଏହା ଯନ୍ତ୍ରଣା ହ୍ରାସ କରେ। କଡ୍ ମାଛ ତେଲରେ ଭିଟାମିନ୍ ‘ଏ’ ଓ ‘ଡ଼ି’ ମଧ୍ୟ ରହିଥାଏ। ତେଣୁ ଏହାକୁ ଗଣ୍ଠିରେ ମାଲିସ କଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
/sambad/media/post_attachments/wp-content/uploads/2018/08/Joint-Pain_Slide_3-1.jpg)
ରସୁଣ: ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ କିଛି ରସୁଣ ଓ ଲବଙ୍ଗ ବଟ୍ରରେ ଭାଜି ଖାଆନ୍ତୁ। ରସୁଣ ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ, ତେଣୁ ଏହା ମୃତ ସ୍ନାୟୁକୁ ଜୀବିତ କରାଇଥାଏ।
/sambad/media/post_attachments/wp-content/uploads/2018/08/Joint-Pain_Slide_4.jpg)
ହଳଦୀ: ହଳଦୀକୁ କ୍ଷୀର କିମ୍ବା ପାଣିରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଯନ୍ତ୍ରଣା ହ୍ରାସ ପାଇବ।
/sambad/media/post_attachments/wp-content/uploads/2018/08/Joint-Pain_Slide_5.jpg)
ଗାଜର: ଗାଜରରେ ବିଟା-କାରୋଟିନ୍ ନାମକ ତତ୍ତ୍ୱ ରହିଛି। ଏହା ଅସ୍ଥିର ଲିଗାମେଣ୍ଟକୁ ଶକ୍ତିଶାଳୀ କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ଲେମ୍ବୁ ଓ ଗାଜରର ଜୁସ୍ ପ୍ରସ୍ତୁତ କରି ଦିଅନ୍ତୁ। ଏହା କ୍ରମଶଃ ଯନ୍ତ୍ରଣା କମାଇବ।
/sambad/media/post_attachments/wp-content/uploads/2018/08/Joint-Pain_Slide_6.jpg)
ଅଦା: ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଚାର ଲାଗି ଅଦା ବେଶ୍ ଉପକାରୀ। ଅଦାକୁ ଛେଚି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ। ଏଥିସହ ଖାଦ୍ୟରେ ଅଦାର ପରିମାଣ ଯଥେଷ୍ଟ ରଖିବା ଜରୁରୀ।
/sambad/media/post_attachments/wp-content/uploads/2018/08/Joint-Pain_Slide_7.jpg)
Follow Us