ଏହି ଘରୋଇ ଉପାୟରେ ବେକରୁ କଳା ଦାଗ ଦୂରେଇ ଦିଅନ୍ତୁ

Advertisment
ଏହି ଘରୋଇ ଉପାୟରେ ବେକରୁ କଳା ଦାଗ ଦୂରେଇ ଦିଅନ୍ତୁ

Healthline

ବେକରେ କଳା ଦାଗ ସମସ୍ୟା ସାଧାରଣତଃ ନାରୀ, ପୁରୁଷ ଓ ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ସମସ୍ୟାରୁ ଦୂରେଇବା ପ‌ାଇଁ ସଭିଏଁ ଭିନ୍ନ ଭିନ୍ନ ଉପଚାର ଆପଣାଇଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ସାମଗ୍ରୀ ଦ୍ବାରା ଏହି ସମସ୍ୟାକୁ ଦୂରେଇ ପାରିବା। ସେଥିପାଇଁ ପ୍ରଥମେ ବେକରେ ହୋଇଥିବା କଳାଦାଗକୁ ଏକ କପଡ଼ାରେ ଭଲ ଭାବେ ପୋଛି ଦେବେ। ସେହି ସ୍ଥାନ ଶୁଖିବା ପରେ ସେଥିରେ ଗୋଟେ ଚାମଚ ଦହି, ଦୁଇ ଚୁମୁଟା ହଳଦୀ ଗୁଣ୍ତ, ଗୋଟେ ଚାମଚ ମହୁ ରସ, ଗୋଟେ ଚାମଚ ଲେମ୍ବୁ ରସକୁ ଏକ ପାତ୍ରରେ ମିଶାଇ ବେକର କଳା ଜାଗାରେ ଲଗାଇ‌ ୨୫ ମିନିଟ୍‌ ପର୍ଯ୍ୟନ୍ତ ରଖିବେ।

ପରେ ଭଲ ଭାବେ ବେକକୁ ଧୋଇ ନେବେ। ସେହିଭଳି ଗୋଟେ ଚାମଚ ଅରୁଆଚାଉଳ ଗୁଣ୍ତ, ଗୋଟେ ଚାମଚ ଦହି ଓ ଗୋଟେ ଚାମଚ ଲେମ୍ବୁରସକୁ ଏକ ପାତ୍ର‌ରେ ମିଶାଇ ବେକର କଳାଦାଗ ସ୍ଥାନରେ ଲଗାଇ ୨୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖି ପରେ ବେକକୁ ଭଲ ଭାବେ ଧୋଇ ନେବେ। ଏହା ସହ କଲଗେଟ୍‌ ପେଷ୍ଟ ଗୋଟେ ଚାମଚ, ୨୦ ବୁନ୍ଦା ଲେମ୍ବୁରସ, ଗୋଟେ ଚାମଚ କ୍ଲିନିକ୍‌ ପ୍ଲସ ସାମ୍ପୋ, ଅଧ ଚାମଚ ଖାଇବା ସୋଡ଼ାକୁ ଏକ ପାତ୍ରରେ ମିଶାଇ ବେକରେ ୨୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ଲଗାଇବେ। ଏହି ସମସ୍ତ ପକ୍ରିୟାକୁ ସପ୍ତାହକୁ ଦୁଇଥର କରିବା ଜରୁରୀ।

ସୁନୀତା ଦାସ, ବିଉଟିସିଆନ
ଶ୍ରୀୟା ସିନ୍‌ଜର ବିୟୁଟି କେୟାର, ସିଡିଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe