Amla Pickle: ଶୀତ ଦିନେ ଶରୀର ପାଇଁ ଉପକାରୀ ଅଁଳା ଆଚାର, ଜାଣନ୍ତୁ ପ୍ରସ୍ତୁତି ପ୍ରଣା​ଳୀ...

ଶୀତଦିନେ ବଜାରରେ ମିଳୁଥିବା ଅଁଳା ବେଶ୍‌ ଉପକାରୀ ଆମ ଦେହପାଇଁ। ଅଁଳା ଜୁସ୍‌ ଆମ ଦେହ ପାଇଁ ଖୁବ୍‌ ଭଲ। ଖାଲି ଜୁସ୍‌ ନୁହେଁ ଅଁଳା ଆଚାର ବି ଘରେ ବନାନ୍ତୁ ଏବଂ ପୁରା ପରିବାରକୁ ଖୁଆନ୍ତୁ।

Amla-Pickle-Recipe-without-Boiling-min

ଭୁବନେଶ୍ବର: ଶୀତଦିନ ଆସିଲାଣି। ଥଣ୍ଡା ସର୍ଦ୍ଦି ହେବାର ଆଶଙ୍କା ଏବେ ବଢ଼ିବ। ଏଣୁ ଏହି ଶୀତଦିନେ ବଜାରରେ ମିଳୁଥିବା ଅଁଳା ବେଶ୍‌ ଉପକାରୀ ଆମ ଦେହ ପାଇଁ । ଅଁଳା ଜୁସ୍‌ ଆମ ଦେହ ପାଇଁ ଖୁବ୍‌ ଭଲ। ଖାଲି ଜୁସ୍‌ ନୁହେଁ ଅଁଳା ଆଚାର ବି ଘରେ ବନାନ୍ତୁ ଏବଂ ପୁରା ପରିବାରକୁ ଖୁଆନ୍ତୁ। 

ପ୍ରସ୍ତୁତି ପ୍ରଣା​ଳୀ

୫୦୦ ଗ୍ରାମ୍‌ ଅଁଳା ନେଇ ଷ୍ଟିମର୍‌ରେ ପ୍ରାୟ ଦଶମିନିଟ୍‌ ଯାଏ ସିଝେଇ ଅଳ୍ପ ଗରମ ଥିବାବେଳେ ମଞ୍ଜି ବାହାର କରି ରଖନ୍ତୁ। ୧୫୦ ଗ୍ରାମ୍‌ କଞ୍ଚାଲଙ୍କା ନେଇ ମଝିରୁ ଚିରି ବା ଦୁଇଖଣ୍ଡ କରି କାଟି ରଖନ୍ତୁ। ଗୋଟିଏ ପ୍ୟାନ୍‌ ଗରମ କରି ସେଥିରେ ୧ ଚାମଚ ଗୋଟା ଧନିଆ, ୧ ଚାମଚ କଳା ସୋରିଷ, ୧ ଚାମଚ ହଳଦିଆ ସୋରିଷ, ୧ ଚାମଚ ପାନମହୁରୀ, ଅଧ ଚାମଚ ମେଥି, ୧ ଚାମଚ ଜିରା, ଅଧଚାମଚ ଗୋଲମରିଚ ନେଇ ତିନିଚାରି ମିନିଟ୍‌ ହାଲୁକା ଆଞ୍ଚରେ ଭାଜି ନିଅନ୍ତୁ। ଏହାଦ୍ବାରା ମସଲାଗୁଣ୍ଡରୁ ଜଳୀୟଅଂଶ ଶୁଖି ଆଚାର ଅଧିକ ଦିନ ରହିବ ଓ ଭଲ ବାସ୍ନା ଆସିବ।

ଆହୁରି ପଢନ୍ତୁ- Important Dietary Habits: ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭାସ

ଥଣ୍ଡା ହେଲେ ମସଲାକୁ ଖଦଡ଼ା କରି ଗୁଣ୍ଡ କରିଦିଅନ୍ତୁ। ଏଥର ଗ୍ୟାସ୍‌ରେ ପ୍ୟାନ୍‌ ଗରମ କରି ଏକ ବଡ଼ କପ୍‌ ସୋରିଷ ତେଲ ଗରମ କରନ୍ତୁ। ତେଲରୁ ଧୂଆଁ ବା‌ହାରିଲେ ଆଞ୍ଚ କମେଇ ସେଥିରେ ଅଧ ଚାମଚ କଳାଜିରା, ଅଧ ଚାମଚ ମେଥି, ଅଳ୍ପ ହେଙ୍ଗୁ ଓ ଅଁଳା ପକାନ୍ତୁ। ସେଥିରେ ଦୁଇ ତିନି ଚାମଚ ସରୁସରୁ ଲମ୍ବା କଟା ହୋଇଥିବା ଅଦାର ଜୁଲିଏନ୍‌, କଟା ଲଙ୍କା ପକେଇ ଘାଣ୍ଟନ୍ତୁ। ଆଞ୍ଚକୁ ଏକ୍‌ଦମ୍‌ ଧିମା କରି ସେଥିରେ ଏକ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ କଶ୍ମୀର ଲଙ୍କାଗୁଣ୍ଡ, ଏକ ଚାମଚ ଲୁଣ, ଏକ ଚାମଚ ଆମ୍‌ଚୁର୍‌ ପାଉଡର୍‌ ଏବଂ କରିଥିବା ମସଲାଗୁଣ୍ଡତକ ମିଶାଇ ତିନିଚାରି ମିନିଟ୍‌ ଆସ୍ତେ ଆସ୍ତେ ଘାଣ୍ଟନ୍ତୁ। ଆଚାରକୁ ଥଣ୍ଡା କରି କାଚ ବୋତଲରେ ବର୍ଷେ ଯାଏ ସଂରକ୍ଷିତ ରଖନ୍ତୁ।

ଆହୁରି ପଢନ୍ତୁ- Loss Of Appetite Reason: ଶରୀରରେ ଏହି ଭିଟାମିନ୍ ଅଭାବ ହେଲେ ଭୋକ ନଲାଗିବା ସହ ବଢ଼ିଯାଏ ହୃଦଘାତର ଆଶଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe