ସାଧାରଣ ଗୃହିଣୀରୁ ଏଭଳି ସାଜିଲେ ଜଣେ ସଫଳ ଉଦ୍ୟୋଗୀ, ମାସକୁ ରୋଜଗାର କରୁଛନ୍ତି ୪.୫ ଲକ୍ଷ

Advertisment
ସାଧାରଣ ଗୃହିଣୀରୁ ଏଭଳି ସାଜିଲେ ଜଣେ ସଫଳ ଉଦ୍ୟୋଗୀ, ମାସକୁ ରୋଜଗାର କରୁଛନ୍ତି ୪.୫ ଲକ୍ଷ

Photo Courtesy: Better India

ଜୟପୁର: ରୋଜଗାର କରିବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ଉପାୟରେ ବି କରିହେବ ବୋଲି ଜୟପୁରର ଜଣେ ଗୃହିଣୀ ପ୍ରମାଣ କରି ଦେଖାଇଛନ୍ତି। ଆମେ ଯାହାଙ୍କ ବିଷୟରେ କଥା ହେଉଛେ, ସେ ମହିଳା ଜଣକ ହେଉଛନ୍ତି ଋତୁ ବଂଶାଲୀ। ୨୮ ବର୍ଷ ହେଲା ଜଣେ ଗୃହିଣୀ ଭାବେ କାର୍ଯ୍ୟ କରୁଥିବା ଋତୁ ୪୯ ବର୍ଷ ବୟସରେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି।

ସେ ତାଙ୍କର ୨ ଝିଅ ଦିବା ଏବଂ ଦିଆଙ୍କ ସହ ମିଶି ତ୍ବଚା ଓ କେଶ ସେବା ପ୍ରଦାନ କରି ରୋଜଗାର କରୁଛନ୍ତି। ସେମାନେ ଯୋଗ‌ାଉଥିବା ସାମଗ୍ରୀର ନାମ ହେଉଛି, ‘ଏଭ୍ରିଥିଙ୍ଗ୍‌ ମମ୍‌ ମେଡ୍‌’। ଏନେଇ ଇନଷ୍ଟାଗ୍ରାମ୍‌ରେ ସେମାନେ ପୋଷ୍ଟ୍‌ କରି ନିଜ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି। ଏହି ଉପାୟରେ ମାଆଝିଅ ୩ ଜଣ ମିଶି ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଜୟପୁରର ଋତୁ ପ୍ରଥମେ ୨୦୨୦ରେ ଏହି ବ୍ୟବସାୟ ଆରମ୍ଭ କରି ଏବେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ପ୍ରଥମେ ୨୧୦୦୦ ଟଙ୍କା ଖର୍ଚ୍ଚ କରି ଏହି ବ୍ୟବସାୟ ଆରମ୍ଭ କରିଥିବା ସୂଚନା ରହିଛି।

ଏ ନେଇ ଋତୁ କହନ୍ତି, ‘ମୁଁ ପ୍ରଥମେ ନିଜ ପାଇଁ ଓ ମୋ ଝିଅମାନଙ୍କ ପାଇଁ ଘରୋଇ କେଶ ଓ ତ୍ବଚା ଉପକରଣ ତିଆରି କରୁଥିଲି। ‌ମୋ ଝିଅମାନେ ମୋର ଏହି ଗୁଣକୁୁ ଲୋକଲୋଚନକୁ ଆଣିବାକୁ ପ୍ରୋତ୍ସାହନ ଦେବା ପରେ ମୁଁ ବେପାର ଆରମ୍ଭ କରିବା କଥା ଚିନ୍ତା କଲି। ଏପରିକି ବି ଅନ୍ୟ ଲୋକମାନେ ମୋ ମୁତାବକ ସାମଗ୍ରୀ ବ୍ୟବହାର କରି ଲାଭପ୍ରଦ ହେଉଛନ୍ତି ବୋଲି ମତ ଦେବା ପରେ ମୋର ମନବଳ ଆହୁରି ଦୃଢ଼ ହେଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe