ଏହି ଘରୋଉ ଉପଚାରରେ ରହିଛି ଅନେକ ଭିଟାମିନ୍‌, ଦୂର ହେବ ‌ଏହି ସବୁ ସମସ୍ୟା

ଏହି ଘରୋଉ ଉପଚାରରେ ରହିଛି ଅନେକ ଭିଟାମିନ୍‌,  ଦୂର ହେବ ‌ଏହି ସବୁ ସମସ୍ୟା

Cultured Food Life

ପୂର୍ବରୁ ଘରୋଇ ଉପାୟରେ ଅନେକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରି ସାରିଛେ। ଆଜି ଯେଉଁ ମିଶ୍ରଣ ସଂପର୍କରେ ଆମେ ଆପଣଙ୍କୁ କହିବୁ ତାହା ହୁଏତ ଆପଣଙ୍କୁ ଅସହଜ ମନେ ହୋଇପାରେ ମାତ୍ର ଆପଣଙ୍କୁ ସୁସ୍ଥ ରଖିବା ପାଇଁ ଏହା ହେଉଛି ସର୍ବଶ୍ରେଷ୍ଠ ଘରୋଇ ଉପଚାର।

ମହୁ ଓ ରସୁଣର ମିଶ୍ରଣ ସଂପର୍କରେ କେବେ ଶୁଣିଛନ୍ତି? ହୁଏତ ଶୁଣି ନଥିବେ! ମାତ୍ର ଆଜିକାଲିର ଯୁବପିଢ଼ିଙ୍କ ଭିତରେ ଦିଶୁଥିବା ଭୋକହୀନତା ପାଇଁ ଏହା ହେଉଛି ସବୁଠାରୁ ଭଲ ଉପଚାର। ଏହି ମିଶ୍ରଣକୁ ଦୈନିକ ଖାଇଲେ ଶରୀର ସୁସ୍ଥ ଓ ସବଳ ରହିଥାଏ।

ରସୁଣରେ ଆଲିସିନ୍‌ ରହିଛି। ଯାହାକି କୋଲୋଷ୍ଟ୍ରଲ କମାଇବାରେ ସହାୟ ହୁଏ। ରକ୍ତ ଜମାଟ ବାନ୍ଧିବାରୁ ବି ଏହା ରକ୍ଷା କରେ। ଏଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ରହିଛି। ଭିଟାମିନ୍‌ ବି୬, ଭିଟାମିନ ସି, ସେଲେନିୟମ୍‌ ଏବଂ ଫାଇବର ଆଦି ରସୁଣରେ ରହିଥିବା ହେତୁ ଏହା ଲୋକକୁ ସୁସ୍ଥ ରଖିପାରେ।

ସେହିପରି ମହୁରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଭରପୂର ରହିଛି। ଏହା ସହ ଏଥିରେ ପଟାସିୟମ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍‌ନେସିୟମ୍‌, ଏବଂ ସେଲେନିୟମ ରହିଛି। ଥିୟାମିନ୍‌ ଓ ନିୟାସିନ ବି ଅଛି ଏଥିରେ। ଫଳରେ ଏହା ଉତ୍ତମ ହଜମ ହେବାରେ ସହାୟ ହୁଏ। ଦୈନିକ ମହୁ ଓ ରସୁଣ ରସ ମିଶାଇ ପିଇଲେ ଆଶାତୀତ ଫଳପ୍ରାପ୍ତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe