କ୍ୟାରିୟର ଠପ୍ ହୋଇଥିଲେ ବି ହନି ହେଉଛନ୍ତି ଭାରତର ସବୁଠୁ ଅଧିକ ଧନୀ ରାପର, ସମ୍ପତ୍ତି ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ବହୁତ ପଛରେ ବାଦଶାହ

କ୍ୟାରିୟର ଠପ୍ ହୋଇଥିଲେ ବି ହନି ହେଉଛନ୍ତି ଭାରତର ସବୁଠୁ ଅଧିକ ଧନୀ ରାପର, ସମ୍ପତ୍ତି ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ: ଗତ କିଛି ବର୍ଷ ତଳେ ରାପର କହିଲେ ୟେ‌ା ୟୋ ହନି ସିଂହଙ୍କୁ ବୁଝାଉଥିଲା। ତାଙ୍କ ପୂର୍ବରୁ ଅନେକ ରାପର ଆସିଥିଲେ ବି ହନିଙ୍କୁ ଯେତିକି ଲୋକପ୍ରିୟତା ମିଳିଥିଲା, ସେତିକି ଅନ୍ୟ କାହାକୁ ମିଳିନଥିଲା। ଲଗାତାର ହିଟ୍ ଗୀତ ଦେଇ ସେ ଭାରତର ପ୍ରଥମ ସୁପରଷ୍ଟାର ରାପର ବନିଥିଲେ। ହେଲେ ତାଙ୍କର ନିଶା କରିବାର ଖରାପ ଅଭ୍ୟାସ ତାଙ୍କ କ୍ୟାରିୟରକୁ ବୁଡ଼ାଇ ଦେଇଥିଲା। ଏହା ସହ ବାଇପୋଲାର ଡିଜଅର୍ଡର ରୋଗ ପାଇଁ ସେ ୫-୬ବର୍ଷର ବ୍ରେକ୍ ନେଇଥିଲେ।

Meet India's Richest Rapper With Rs. 208 Crore Net Worth, And He's Not Badshah, Raftaar Or MC Stan

ଗୀତ ଆସିବା ବନ୍ଦ ହେବା ସହ ନିଜକୁ ଗୋଟାଏ ରୁମରେ ବନ୍ଦୀ କରି ନେଇଥିଲେ ହନି। ସେ ଚୁପ ବସିବା ପରେ ଅନେକ ରାପର ଇଣ୍ଡଷ୍ଟ୍ରିକୁ ଆସି ତାଙ୍କ ସ୍ଥାନ ନେବାକୁ ଚେଷ୍ଟା କରିଥିଲେ। ବାଦଶାହ ଓ ରଫତାରଙ୍କ ଭଳି ରାପର ନିଜର ରାପ୍ ପାଇଁ ଲୋକପ୍ରିୟ ହେବା ସହ ଲୋକଙ୍କ ମନରେ ରାଜ୍ କରିଥିଲେ। ହେଲେ କେହି ବି ହନିଙ୍କ ସ୍ଥାନ ନେଇ ପାରିନଥିଲେ। ଏବେ ହନି ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରି ରାପ୍ କରିବା ଓ ଗୀତ ଗାଇବା ଆରମ୍ଭ କରିଛନ୍ତି। କେହି କେହି ତାଙ୍କ ଗୀତକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ପୂର୍ବ ଭଳି ଆଉ ଯାଦୁ ନଥିବା କହୁଛନ୍ତି।

ତେବେ ଆଜି କ୍ୟାରିୟର ଭଲ ନଥିଲେ ବି ଭାରତର ସବୁଠୁ ଧନୀ ରାପର ହୋଇ ରହିଛନ୍ତି ହନି ସିଂହ। ଯଦି ଆମେ ହନି, ବାଦଶାହ ଓ ରଫତାରଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ହନି ସବୁଠୁ ଅଧିକ ଧନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨୦୭କୋଟି ଟଙ୍କା ହୋଇଥିବା ବେଳେ ରଫତାର ୮୦କୋଟି ଓ ବାଦଶାହ ୪୧.୩କୋଟିର ମାଲିକ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe