୪ଟି ପ୍ରାକୃତିକ ଜିନିଷରେ ହର୍ମୋନ୍‌କୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ପଡ଼ି ପାରନ୍ତି ସମସ୍ୟାରେ!

Advertisment
୪ଟି ପ୍ରାକୃତିକ ଜିନିଷରେ ହର୍ମୋନ୍‌କୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ପଡ଼ି ପାରନ୍ତି ସମସ୍ୟାରେ!

ବେଳେବେଳେ ଆମେ ଚିନ୍ତାଗ୍ରସ୍ତ, ଅଳସୁଆ ଓ କ୍ଳାନ୍ତି ଅନୁଭବ କରିଥାଉ। କିନ୍ତୁ ଏହାର କାରଣ ଆମକୁ ଜଣା ନ ଥାଏ। ଯଦି ଆପଣଙ୍କୁ ଏମିତି ଲାଗୁଛି, ଜାଣନ୍ତୁ ଆପଣଙ୍କ ଶରୀରରେ ବିଭିନ୍ନ ହର୍ମୋନ୍‌ ଅବ୍ୟବସ୍ଥତ ହୋଇ ଯାଇଛି। ଅର୍ଥାତ୍‌ ଶରୀରର କୌଣସି ଗୋଟିଏ ବା ଅଧିକ ହର୍ମୋନ୍‌ ଧରାରେ ଅସନ୍ତୁଳନ ହେବା ଯୋଗୁଁ ସଂପୂର୍ଣ୍ଣ ସ୍ୱାସ୍ଥ୍ୟବସ୍ଥା ଉପରେ କୁ-ପ୍ରଭାବ ପଡ଼ିଛି। ବିଭିନ୍ନ ପ୍ରକାରର ହର୍ମୋନ୍‌ ଶରୀରର ମେଟାବୋଲିଜମ୍‌କୁ ନିୟନ୍ତ୍ରଣ କରିବା ସହ ମିଜାଜ୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖେ।

ଥରେ ଶରୀରର ହର୍ମୋନ୍‌ସର ସନ୍ତୁଳନରେ ବିଭ୍ରାଟ ହେଲେ ଶରୀରର ଗଠନ ଶୈଳୀକୁ ପୂର୍ଣ୍ଣରୂପ୍ରେ ପରିବର୍ତ୍ତନ କରିଦେଇଥାଏ। ଏକ୍ସରସାଇଜ୍‌ କରୁଥାଆନ୍ତୁ, କି ଡାଏଟିଙ୍ଗ୍‌ କରୁଥାଆନ୍ତୁ ପଛକେ ଶରୀରର ଓଜନ ଅତ୍ୟଧିକ ବଢ଼ି ଚାଲିଥାଏ।

publive-image

ସାଧାରଣତଃ ବ୍ୟକ୍ତିର ଓଜନ ବୃଦ୍ଧି ଘଟିବା, କେଶ ଝଡ଼ିବା, ନିଦ୍ରାହୀନତା, ମନ ଚଞ୍ଚଳ ଲାଗିବା ଏବଂ ଅବସାଦଗ୍ରସ୍ଥ ରହିବା, ତ୍ୱଚା ଜନିତ ସମସ୍ୟା ଦେଖାଯିବା ନଖ ଏବଂ କେଶରେ ଦୁର୍ବଳତା ଦେଖାଯିବା, ନିୟମିତ ଭାବରେ ଋତୁସ୍ରାବ ନ ହେବା, ଶକ୍ତିହୀନତା, ସ୍ମରଣ ଶକ୍ତି ହ୍ରାସ ଘଟିବା, ମୁଣ୍ଡବିନ୍ଧା ସମସ୍ୟା ଲାଗି ରହିବା, ଆଖି ଫୁଲିବା, ରାତି ସମୟରେ ଦେହରୁ ଝାଳ ବୋହିବା ଏବଂ ଭୋକ ନ ଲାଗିବା ଆଦି ସମସ୍ୟା ହେଉଛଇ ହର୍ମୋନ୍‌ ଅସନ୍ତୁଳନର ଲକ୍ଷଣ। ଏଥିପାଇଁ ତୁରନ୍ତ ଡ଼ାକ୍ତରଙ୍କ ସହିତ ପରାମର୍ଶ କରିବା କଥା।

publive-image

publive-image

୧- ରେଜ୍‌ବେରି ପତ୍ର: ରେଜ୍‌ବେରି ପତ୍ରରେ ମିନେରାଲ୍‌ ଏବଂ ଭିଟାମିନ୍‌ର ମାତ୍ରା ଅଧିକ ଥାଏ। ମୁଖ୍ୟତଃ ଏଥିରେ ‘ଭିଟାମିନ୍‌-ସି’ ମାତ୍ରା ଅଧିକ ପରିମାଣରେ ଥାଏ। ଏହାର ପତ୍ରକୁ ଚା’ କରି ପିଇବା ଦ୍ୱାରା ଏହା ଶରୀରରେ ଅତ୍ୟଧିକ ରକ୍ତ ପ୍ରବାହ ବନ୍ଦ କରିଥାଏ। ଏହା ଉଭୟ ପୁରୁଷ ଏବଂ ମହିଳାଙ୍କର ପ୍ରଜନନ କ୍ଷମତାକୁ ବଢ଼ାଇ ଥାଏ। ଏହା ନାରୀମାନଙ୍କର ଋତୁସ୍ରାବ ଜନିତ ଯନ୍ତ୍ରଣାକୁ ବି କମ୍‌ କରିଥାଏ। ମହିଳାମାନଙ୍କ ପ୍ରସବକାଳୀନ ଯନ୍ତ୍ରଣା କମ୍‌ କରିବାରେ ମଧ୍ୟ ସହାୟକ ହୋଇଥାଏ।

publive-image

୨- ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ହର୍ମୋନ୍‌ ଅସନ୍ତୁଳନ ବନ୍ଦ କରିଥାଏ। ଅଶ୍ୱଗନ୍ଧା ଦୁଶ୍ଚିନ୍ତା ଦୂର କରିବା ସହିତ ବିଷାଦ ମଧ୍ୟ ହ୍ରାସ କରିଥାଏ। ଫଳରେ ମିଜାଜ୍‌ ଭଲ ରହେ। ଏହା ଶରୀରରୁ ବ୍ୟାକୁଳଭାବକୁ ମଧ୍ୟ କମାଇ ଦେଇଥାଏ।

publive-image

୩- ଓଟ୍‌ସ୍‌ ନଡ଼ା: ଓଟ୍‌ସ୍‌ ନଡ଼ା ମସ୍ତିଷ୍କ ଲାଗି ପଡ଼ ଉପକାରୀ। ଏହା ସ୍ନାୟୁକୁ ମଜ୍‌ଭୁତ୍‌ କରେ। ମିଜାଜ୍‌ ଭଲ ରଖେ। ହଜମକ୍ରିୟା ବଢ଼ାଏ। ଏଥିରେ ଥିବା ମ୍ୟାଗ୍ନେସିଅମ୍‌, କାଲ୍‌ସିଅମ୍‌, ସିଲିକା ଅସ୍ଥି ପାଇଁ ଉତ୍ତମ ହୋଇଥାଏ।

publive-image

୪- ଚେସ୍‌ଟି ବେରି: ଏହାକୁ ବିଟେକ୍ସ ମଧ୍ୟ କୁହାଯାଏ। ଏହା ହର୍ମୋନ୍‌ସ ଅସନ୍ତୁଳନ, ପ୍ରଜନନ ଅକ୍ଷମତା ଏବଂ ଗର୍ଭନଷ୍ଟ ବନ୍ଦ କରିବାରେ ସାହାଯ୍ୟ କରିଥାଏ।ବୈଜ୍ଞାନିକଙ୍କ ମତ ଅନୁଯାୟୀ,ଏହା ପିଟ୍ୟୁଟରି ଗ୍ରନ୍ଥିକୁ ନିୟନ୍ତ୍ରଣ କରିଥାଏ। ଏହା ଶରୀର ବୃଦ୍ଧିରେ ସନ୍ତୁଳନ ରଖିବା ସହିତ ମେଟାବୋଲିଜମ୍‌ ଏବଂ ଶରୀରର ଗଠନକୁ ମଧ୍ୟ ସୁଠାମ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe