Horoscope today. Photograph: (sambad.in)
୨୬ ଜାନୁଆରି ୨୦୨୬, ସୋମବାର। ତିଥି: ମଘା ଶୁକ୍ଳ ଅଷ୍ଟମୀ। ନକ୍ଷତ୍ର: ଅଶ୍ବିନୀ। ଚନ୍ଦ୍ର: ମେଷ। ଭୀମାଷ୍ଟମୀ ଶ୍ରାଦ୍ଧ, ଭୀଷ୍ମତର୍ପଣ ଓ ପିଣ୍ଡଦାନ, ସାଧାରଣତନ୍ତ୍ର ଦିବସ। ସୂର୍ଯ୍ୟୋଦୟ: ୬ଟା୨୭, ସୂର୍ଯ୍ୟାସ୍ତ: ୫ଟା୩୧। ଘାତଚନ୍ଦ୍ର: ମେଷ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୭ରୁ ୭ଟା୫୦, ଦିବା ୧୦ଟା୫୨ରୁ ୧ଟା୫, ଦିବା ୪ଟା୮ରୁ ୪ଟା୪୭, ସନ୍ଧ୍ୟା ୬ଟା୨୩ରୁ ୮ଟା୫୮, ରାତ୍ରି ୧୧ଟା୫୯ରୁ ୩ଟା ପର୍ଯ୍ୟନ୍ତ।
ମେଷ: କିଛି ବିଶେଷ ତଥ୍ୟ ପାଇବେ। ଘର, ଦୋକାନ ବା ଭୂମି କିଣିବା ପାଇଁ ଆପଣଙ୍କ ଲାଗି ଭଲ ସମୟ। ବହୁତ ଅଧିକ ପ୍ରୟାସ କରିବା ପରେ ସଫଳତା ପାଇବେ।
ବୃଷ: ଭାବିଥିବା କିଛି କାମ ସଂପୂର୍ଣ୍ଣ ହୋଇଯିବ। କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଛାତ୍ରଛାତ୍ରୀଙ୍କ କ୍ୟାରିଅରରେ ନୂଆ ପରିବର୍ତ୍ତନ ଆସିବ।
ମିଥୁନ: ଦିନଚର୍ଯ୍ୟାରେ ନୂଆ ତଥ୍ୟ ସାମିଲ କଲେ ଆପଣଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଆସିବ। ଚାକିରିଆଙ୍କର ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
କର୍କଟ: ମାତାପିତାଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରହିବେ। ବେପାରରେ ଅଧୁରା କାମ ସୁରୁଖୁରରେ ପୂରା ହୋଇଯିବ। ଅପରିଚିତଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।
ଆହୁରି ପଢ଼ନ୍ତୁ: Cricket: ସିକେ ନାୟୁଡୁ ଟ୍ରଫି: ଓଡ଼ିଶାର ବିଜୟ ସମ୍ଭାବନା
ସିଂହ: ବିଷମ ପରିସ୍ଥିତିରେ ସଂପର୍କୀୟଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କର ସାହସ ଓ ଉତ୍ସାହ ଉଭୟ ବଜାୟ ରହିବ। ଫୋନ ଓ ଇମେଲ୍ ମାଧ୍ୟମରେ ନୂଆ ତଥ୍ୟ ପାଇବେ।
କନ୍ୟା: ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଖର୍ଚ୍ଚ ସୀମିତ ରଖନ୍ତୁ ନହେଲେ ବଜେଟ୍ ବିଗିଡ଼ି ଯାଇପାରେ। କାରବାର ବଢ଼ାଇବାର ଯୋଜନା ସଫଳ ହେବ।
ତୁଳା: ଘର, ଦୋକାନ ସମ୍ବନ୍ଧୀୟ ଅଶାନ୍ତିର ସମାଧାନ ହୋଇପାରେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣଙ୍କର ପଦୋନ୍ନତି ହୋଇପାରେ।
ବିଛା: ସନ୍ତାନର ଭବିଷ୍ୟତକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିଶେଷ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ନେଇ କାମ କରନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ଧନୁ: ସମସ୍ୟାର ସମାଧାନ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆତ୍ମବିଶ୍ବାସର ସହିତ ଅନ୍ୟ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ। ବ୍ୟବସାୟରେ ଲକ୍ଷ୍ୟ ପୂରଣ ହେବ।
ଆହୁରି ପଢ଼ନ୍ତୁ: Sundargarh: ବାହାର ଠିକାଦାରଙ୍କୁ ସୁନ୍ଦରଗଡ଼ ମନା
ମକର: ଭଲ ଖବର ଆପଣଙ୍କ ଭିତରେ ନୂଆ ଶକ୍ତି ପ୍ରବାହିତ କରିବ। ବରିଷ୍ଠ ଲୋକଙ୍କ ପରାମର୍ଶ ଶୁଣନ୍ତୁ। ସରକାରୀ କର୍ମଚାରୀ ମହତ୍ତ୍ବପୂର୍ଣ୍ଣ ଅଧିକାର ପାଇବା ଯୋଗୁଁ ଖୁସି ରହିବେ।
କୁମ୍ଭ: ରାଜନୀତି କ୍ଷେତ୍ରରେ ଥିବା ଲୋକ ସାବଧାନ ରହନ୍ତୁ। ନହେଲେ ବିରୋଧୀ କ୍ଷତି ପହଞ୍ଚାଇବାରେ ସଫଳ ହୋଇପାରନ୍ତି। ଆପଣଙ୍କର ଧନ ବୃଦ୍ଧି ହେବା ଯୋଗୁଁ ଖୁସି ରହିବେ।
ମୀନ: ଅନୁଭବୀ ଲୋକ ସମ୍ମିଳନୀରେ ଯୋଗ ଦେବାର ଅବସର ପାଇବେ। ବିଶେଷ ପ୍ରସଙ୍ଗ ଉପରେ ଲାଭଦାୟକ ବିଚରବିମର୍ଶ ହେବ। ଧାର ଦେଇଥିବା ଅର୍ଥ ପାଇବେ।
Follow Us