ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: କାମରେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସଙ୍ଗୀତ ‌‌କ୍ଷେତ୍ରରେ ଥିବା ଲୋକଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବନ୍ଧୁ ସହିତ ସମ୍ବନ୍ଧ ଅଧିକ ନିବିଡ଼ ହେବ। ଅଣ୍ଟା ବ୍ୟଥା ସମସ୍ୟାରୁ ମୁକ୍ତି ପାଇବେ।

publive-imageବୃଷ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଚିନ୍ତାଜନକ ହୋଇପାରେ। ପରିବାରକୁ ଅଣଦେଖା କରନ୍ତୁ ନାହିଁ। କଲେଜରେ ନୂଆ ବନ୍ଧୁ ବନାଇ ପାରନ୍ତି।

publive-imageମିଥୁନ: ସମାଜରେ ଆପଣଙ୍କର ସକ୍ରିୟତା ବଢ଼ିବ। ଗଣମାଧ୍ୟମରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପୁରୁଣା ବନ୍ଧୁ ସହିତ ମିଶିବାର ଯୋଗ ରହିଛି।

publive-image

କର୍କଟ: ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ କାଟିବେ। କ୍ୟାରିଅରରେ ଆଗକୁ ବଢ଼ିବାର ସୁଯୋଗ ଆସିବ। ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଖୁସି ପ୍ରାପ୍ତ ହେବ।

publive-imageସିଂହ: ବଡ଼ ସମସ୍ୟାର ସମାଧାନ ବାହାରି ପାରେ। ନିଜର ଭାବନା ଓ ବ୍ୟବହାର ମଧ୍ୟରେ ଭାରସାମ୍ୟ ରଖନ୍ତୁ। ଅନ୍ୟମାନଙ୍କୁ ନିଜର ବ୍ୟକ୍ତିଗତ କଥା କହନ୍ତୁ ନାହିଁ।

publive-imageକନ୍ୟା: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ନୂଆ କାମ ଆପଣଙ୍କ ଦାୟିତ୍ବକୁ ଆସିବ। ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସଂପର୍କ ଭଲ ହେବ। କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମନସ୍ଥ କରିବେ।

publive-imageତୁଳା: ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବେ। ବନ୍ଧୁମାନଙ୍କ ସହିତ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିବେ।

publive-imageବିଛା: ଅଚାନକ ଧନଲାଭର ଅବସର ପାଇବେ। ଆପଣଙ୍କ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। କାମ ସଂପର୍କିତ ବଡ଼ ଆହ୍ବାନ ଆପଣଙ୍କ ସମ୍ମୁଖକୁ ଆସିବ।

publive-imageଧନୁ: ଆପଣ ଭାବିଥିବା ଢଙ୍ଗରେ କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମିକ ନିଜର ସାଥୀଙ୍କୁ ଉପହାର ଦେବେ।

publive-image
ମକର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଅଫିସରେ ପରିବେଶ ବହୁତ ଭଲ ରହିବ। ବୈବାହିକ ଜୀବନ ଖୁସିରେ ପରିପୂର୍ଣ୍ଣ ରହିବ।

publive-image

କୁମ୍ଭ: ପାରିବାରିକ ମାମଲାକୁ ନେଇ ଆପଣଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଅଫିସ କାମ ମନ୍ଥର ଗତିରେ ସଂପୂର୍ଣ୍ଣ ହେବ। କୌଣସି ନୂଆ କାମ ନେଇ ସନ୍ଧ୍ୟାରେ ସହକର୍ମୀଙ୍କ ସହିତ ବିଚାର ବିମର୍ଶ କରିବେ।
publive-image

ମୀନ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ବଜାୟ ରହିବ। ପୁରୁଣା ବନ୍ଧୁ ସହିତ ସମୟ କାଟିବା ଫଳରେ ଆପଣଙ୍କ ମନ ପ୍ରସନ୍ନ ହେବ। ଅଚାନକ ନୂଆ ଉତ୍ସରୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe